ଖୋର୍ଦ୍ଧା: ଜିଲ୍ଲାର ଟାଙ୍ଗୀ ଥାନା କନ୍ତଳବାଇ ଗ୍ରାମ ନିକଟରେ ଥିବା ଜଙ୍ଗଲର ଏକ ଗଛରେ ମହିଳାଙ୍କ ମୃତଦେହ ଦେହ ଠାବ ହୋଇଛି । ମୃତକ ଜଣକ ଲକ୍ଷ୍ମୀପ୍ରିୟା ପରିଡା, ବୟସ ପାଖାପାଖି 25 ବୋଲି ଜଣାପଡିଛି । ଲକ୍ଷ୍ମୀପ୍ରିୟା ଗତ ୬ ମାସ ତଳେ ଟାଙ୍ଗୀ ଥାନା କନ୍ତଳବାଇ ଗ୍ରାମର ଅନାମ ପରିଡାଙ୍କୁ ଦ୍ବିତୀୟ ବିବାହ କରିଥିଲେ ।
ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଶ୍ବଶୁର ଘର ଲୋକଙ୍କ ନାଁରେ ଅଭିଯୋଗ - ଖୋର୍ଦ୍ଧା ଖବର
ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା କନ୍ତଳବାଇ ଗ୍ରାମ ନିକଟରେ ଥିବା ଜଙ୍ଗଲର ଏକ ଗଛରେ ମହିଳାଙ୍କ ମୃତଦେହ ଦେହ ଠାବ ହୋଇଛି । ଅଧିକ ଖବର ପଢନ୍ତୁ...
ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପ୍ରାୟ ସମୟରେ ଶ୍ବଶୁର ଘର ଲୋକ ଲକ୍ଷ୍ମୀପ୍ରିୟାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି ଲକ୍ଷ୍ମୀପ୍ରିୟାଙ୍କ ବାପ ଘର ଲୋକ । ଅଭିଯୋଗ ପାଇ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ