ଓଡିଶା

odisha

ଜଙ୍ଗଲରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

By

Published : Sep 28, 2019, 12:15 PM IST

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଡିଙ୍ଗର ପଞ୍ଚାୟତ ଅନ୍ତର୍ଗତ କୋତଳାଙ୍ଗ ଗାଁ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ଗ୍ରାମବାସୀ ସ୍ଥାନୀୟ ଜଙ୍ଗଲରୁ ତାଙ୍କ ମୃତଦେହ ଦେଖିବାକୁ ପାଇ ବେଗୁନିଆ ପୋଲିସକୁ ଖବର ଦେଇଥିଲେ ।

ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଜିଲ୍ଲା ବେଗୁନିଆ ବ୍ଲକର ଡିଙ୍ଗର ପଞ୍ଚାୟତ ଅନ୍ତର୍ଗତ କୋତଳାଙ୍ଗ ଗାଁ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହକୁ ବେଗୁନିଆ ଥାନା ପୋଲିସ ଉଦ୍ଧାର କରିଛି । ମୃତ ମହିଳା ଜଣକ ସେହି ଗାଁର ନଳିନୀ ସ୍ବାଇଁ । ତାଙ୍କ ବୟସ 35 ବର୍ଷ ହେବ ବୋଲି ଜଣାପଡିଛି ।

ନଳିନୀ ୩ ଦିନ ପୂର୍ବେ ଘରୁ କୁଆଡେ ଯାଇଥିଲେ । ସେହିଦିନୁ ସେ ଆଉ ଘରକୁ ଫେରିନଥିବାବେଳେ ଆଜି ଗ୍ରାମବାସୀ ସ୍ଥାନୀୟ ଜଙ୍ଗଲରୁ ତାଙ୍କ ମୃତଦେହ ଦେଖିବାକୁ ପାଇ ବେଗୁନିଆ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବେଗୁନିଆ ପୋଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details