ଓଡିଶା

odisha

ETV Bharat / state

୩ହଜାର ଟଙ୍କା ପାଇଁ ଖୁଣ୍ଟରେ ବାନ୍ଧି ମହିଳାଙ୍କୁ ମାଡ

ଅତି ନିର୍ଦ୍ଦୟ ଭାବେ ବିଦ୍ୟୁତ ଖୁଣ୍ଟରେ ମହିଳାଙ୍କୁ ବାନ୍ଧି ମାଡ ମାରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନା ସୃଷ୍ଟି ହୋଇଥିବାବେଳେ ପୋଲିସ 2ଜଣଙ୍କୁ ଗିରଫ କରିଛି ।

By

Published : Jul 10, 2019, 11:03 AM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ତିନି ହଜାର ଟଙ୍କା ପାଇଁ ମହିଳାଙ୍କୁ ବାନ୍ଧି ମାଡ ମାରିବା ଘଟଣା । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ବୋଲଗଡ଼ ଥାନା ଡାବଧୂଆ ପାଟଣାର ଚୁଡା ଗ୍ରାମରେ । ଅତି ନିର୍ଦ୍ଦୟ ଭାବେ ବିଦ୍ୟୁତ ଖୁଣ୍ଟରେ ମହିଳାଙ୍କୁ ବାନ୍ଧି ମାଡ ମାରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନା ସୃଷ୍ଟି ହୋଇଥିବାବେଳେ ପୋଲିସ 2ଜଣଙ୍କୁ ଗିରଫ କରିଛି ।

ମାଡ ଖାଇଥିବା ମହିଳା ଜଣକ ହେଲେ ଚୁଡା ଗ୍ରାମର କବିତା ସାହୁ । ତାଙ୍କ ସ୍ବାମୀ ବାହାର ରାଜ୍ୟକୁ କାମ କରିବାକୁ ଯିବା ସମୟରେ କବିତା ସେହି ଗ୍ରାମର ଶାନ୍ତିଲତା ଓ କୁମୁଦିନୀଙ୍କ ଠାରୁ ୩ହଜାର ଟଙ୍କା ଧାର ଆଣିଥିଲେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ମାତ୍ର ଟଙ୍କା ଫେରାଇବାରେ ବିଳମ୍ବ ଯୋଗୁ ମଙ୍ଗଳବାର ଅପରାହ୍ନରେ ଦୁଇ ମହିଳା ସେମାନଙ୍କ ସ୍ୱାମୀଙ୍କ ସହ ମିଶି କବିତାଙ୍କୁ ଗାଁ ମୁଣ୍ଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ । ଏହି ଘଟଣା ଘଟିବା ସମୟରେ ଗ୍ରାମବାସୀ ଥିଲେ ମଧ୍ୟ କେହି ବି ବିରୋଧ କରି ନଥିଲେ । ପରେ କିଛି ଯୁବକଙ୍କ ସହଯୋଗରେ ମହିଳାଙ୍କୁ ଉଦ୍ଧାର କରାଯାଇ ବୋଲଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଏହାକୁ ନେଇ କବିତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ବୋଲଗଡ ଥାନା ନିରୀକ୍ଷକ ସେଖ ଆକବର ଅଲ୍ଲୀ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details