ଖୋର୍ଦ୍ଧା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଗାଁ ମୁଁହା ନେତା । ଏହି ସମୟରେ ନେତାଙ୍କୁ ନିଜ ସମସ୍ୟା ସମ୍ପର୍କରେ କହିବାର ଉପଯୁକ୍ତ ସମୟ । ଏହି ପରିପ୍ରେକ୍ଷୀରେ ଆଜି(ଗୁରୁବାର) ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବୋଲଗଡ଼ର ଗର୍ଭଣିପଡା ଗ୍ରାମରେ ନିର୍ବାଚନ ପ୍ରଚାର ଶୋଭାଯାତ୍ରାରେ ମହିଳାମାନେ ପାଣି ପାଇଁ ସାଂସଦଙ୍କୁ ଘେରିଛନ୍ତି ।
ପାଣି ସମସ୍ୟା ନେଇ ସାଂସଦଙ୍କୁ ଘେରିଲେ ମହିଳା - ପାଣି ସମସ୍ୟା ନେଇ ସାଂସଦଙ୍କୁ ଘେରିଲେ ମହିଳା
ନିର୍ବାଚନୀ ପ୍ରଚାର ପାଇଁ ଆସିଥିବା ସମୟରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସମସ୍ୟା ଜଣାଇଲେ ଜନତା । ସମାଧାନର ପ୍ରତିଶୃତି ଦେଲେ ସାଂସଦ । ଅଧିକ ପଢନ୍ତୁ
ପାଣି ସମସ୍ୟା ନେଇ ସାଂସଦଙ୍କୁ ଘେରିଲେ ମହିଳା
ପାଣି ସମସ୍ୟା ନେଇ ସାଂସଦଙ୍କୁ ଘେରିଲେ ମହିଳା
ସାଂସଦ ମହିଳାମାନଙ୍କ ସହ ଆଲୋଚନା କରି ତୁରନ୍ତ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସୂଚନା ଥାଉକି ଗର୍ଭଣିପଡାରେ ଲୋକମାନେ ପିଇବା ପାଣି ପାଇଁ ପୋଖରୀ ଜଳ ବ୍ୟବହାର କରୁଥିବା ସମ୍ପର୍କିତ ଖବର ତ ମାସ 30 ତାରିଖରେ 'ଇଟିଭି ଭାରତ'ରେ ଖବର ପ୍ରସାରଣ ହୋଇଥିଲା । ମାତ୍ର କୌଣସି ପଦକ୍ଷେପ ନିଆଯାଇ ନ ଥିଲା । ମାତ୍ର ସାଂସଦ ନିର୍ବାଚନୀ ପ୍ରଚାର ପଇଁ ଆସିଥିବା ସମୟରେ ସ୍ଥାନୀୟ ମହିଳାମାନେ ସମସ୍ୟା ବାବଦରେ ଜଣାଇଥିଲେ । ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ