ଖୋର୍ଦ୍ଧା:ହକ ପାଇଁ ଶ୍ବଶୁର ଘର ଆଗରେ ମହିଳାଙ୍କ ଧାରଣା । ସ୍ବାମୀକୁ ଫେରିପାଇବା ଏବଂ ସ୍ତ୍ରୀର ମାନ୍ୟତା ପାଇବା ଦାବିରେ ପିଙ୍କି ବେହେରାଙ୍କ ଧାରଣା ଦ୍ବିତୀୟ ଦିନରେ ପହଞ୍ଚିଛି । ଶନିବାର ଅପରାହ୍ନରୁ ପିଙ୍କି ବାଘମାରୀ ସ୍ଥିତ ଶ୍ବଶୁର ଘର ଆଗରେ ଧାରଣା ଦେଇଥିବା ବେଳେ ବାଘମାରୀ ପୋଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଦିଆଯାଇଛି ।
ସ୍ତ୍ରୀର ମାନ୍ୟତା ପାଇବା ଦାବି, ମହିଳାଙ୍କ ଧାରଣା ଜାରି - ଶ୍ବଶୁର ଘର ଆଗରେ ଧାରଣା ଦେଇଛନ୍ତି ମହିଳା
ସ୍ତ୍ରୀର ମାନ୍ୟତା ପାଇବା ଦାବିରେ ଶ୍ବଶୁର ଘର ଆଗରେ ଧାରଣା ଦେଇଛନ୍ତି ମହିଳା । ଅଧିକ ପଢ଼ନ୍ତୁ
ପୋଲିସ ସୁରକ୍ଷା ସତ୍ତ୍ବେ ଆଜି ସକାଳୁ ପିଙ୍କିଙ୍କ ମୋବାଇଲ କିଏ ଚୋରି କରିନେଇଥିବା ସେ ଅଭିଯୋଗ କରିଛନ୍ତି । ମୋବାଇଲ ସହ ଦୁଇ ହଜାର ଟଙ୍କା ଓ ଆଧାରକାର୍ଡ ଧାରଣା ସ୍ଥଳରୁ କିଏ ଚୋରି କରି ନେଇଥିବା ପିଙ୍କି କହିଛନ୍ତି । ଗତକାଲି ଠାରୁ ନିଜ ହକ ଦାବିରେ ଧାରଣା ଜାରି ରଖିଛନ୍ତି ପିଙ୍କି । ଅନ୍ୟପଟେ ଶ୍ବଶୁର ଘର ପକ୍ଷରୁ ଏ ପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ତାଙ୍କ ଘର ଆଗରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ପୋଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ପାଇଁ ମହିଳା ପୋଲିସ ଯୋଗାଇ ଦିଆଯାଇଛି । ସେପଟେ ମୋବାଇଲ ଓ ଟଙ୍କା ଚୋରି ହୋଇଥିବା ଘଟଣାର ପୋଲିସ ତଦନ୍ତ ଜାରି ରଖିଛି । ପିଙ୍କିଙ୍କ ଫୋନ ତାଙ୍କ ଦିଅର ଚୋରି କରିଥିବା ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା