ଖୋର୍ଦ୍ଧା: ବୋଲଗଡ଼ ଲେବୁଲ କ୍ରସିଂ ନିକଟରେ ହାଇଓ୍ବା ଧକ୍କାରେ ମହିଳାଙ୍କ ମୃତ । ବୋଲଗଡ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ ଲେବୁଲ କ୍ରସିଂ ନିକଟରେ ଆଜି ଅପରାହ୍ନରେ ବାଇକ ଯୋଗେ ନୟାଗଡରୁ ଡାବରଧୂଆଁ ଯାଉଥିବା ସମୟରେ ଜାତୀୟ ରାଜପଥ ନିର୍ମାଣ କରୁଥିବା ଏଆରଏସଏସ ଠିକା ସଂସ୍ଥାର ହାଇୱା ଧକ୍କାରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମହିଳାଙ୍କ ମୁଣ୍ଡରେ ଗାଡି ଚକା ଚଢି ଯାଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ହାଇୱା ଧକ୍କାରେ ମହିଳା ମୃତ, 57ନଂ ଜାତୀୟ ରାଜପଥରେ ଉତ୍ତେଜନା - strike on National Highway 57
ବୋଲଗଡ଼ ଲେବୁଲ କ୍ରସିଂ ନିକଟରେ ହାଇଓ୍ବା ଧକ୍କାରେ ମହିଳାଙ୍କ ମୃତ । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ । ପଢନ୍ତୁ ଅଧିକ....
ହାଇୱା ଧକାରେ ମହିଳା ମୃତ
କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ୫୭ ନମ୍ବର ଜାତୀୟ ରାଜପଥକୁ ମଙ୍ଗଳାମନ୍ଦିର ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ବୋଲଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ନିଜ ଜିଦରେ ଅଟଳ ରହିଥିବା ଜଣାପଡିଛି । ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ