ଭୁବନେଶ୍ବର: ରାଜଧାନୀରେ ଶୁକ୍ରବାର ଖଣ୍ଡଗିରି ଛକରେ ଦୁର୍ଘଟଣା ଘଟିଛି । ଡୁମୁଡୁମାରୁ ବରମୁଣ୍ଡା ଅଭିମୁଖେ ଯାଉଥିବା ସ୍କୁଟିକୁ ପଛପଟୁ ଟ୍କକ୍ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଚଲାଉଥିବା ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ମିଳିଥିବା ସୂଚନା ମୁତାବକ, ଡୁମୁଡୁମାରୁ ବରମୁଣ୍ଡା ଅଭିମୁଖେ ଯାଉଥିବା OD 33V1450 ନମ୍ବରର ସ୍କୁଟିକୁ ପଛପଟୁ ଏକ OD04N4211ର ଟ୍ରକ୍ ଧକ୍କା ଦେଇଥିଲା । ସ୍କୁଟି ଚଲାଉଥିବା ମହିଳା ପଡିଯିବାରୁ ଟ୍ରକଟି ଇନସୁରାନ୍ସ ଏଜେଣ୍ଟ ମହିଳା ଜଣଙ୍କୁ ଚାପିଦେଇଥିଲା । ଫଳରେ ମହିଳା ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଉଛନ୍ତି ରଘୁନାଥ ନଗରର ପ୍ରୀତି ନାୟକ । ସେ ପଟିଆସ୍ଥିତ କାର୍ଯାଳୟରେ ଏଲଆଇସି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର 3ଟି ଛୋଟ ପିଲା ରହିଥିବାର ସୂଚନା ମିଳିଛି ।