ଓଡିଶା

odisha

By

Published : Apr 10, 2023, 9:47 AM IST

ETV Bharat / state

ଥମୁନି ହାତୀ ଆତଙ୍କ, ଫୁଲ ତୋଳିବାକୁ ଯାଇଥିବା ବେଳେ ମହିଳାଙ୍କୁ କଚାଡି ମାରିଲା ଦନ୍ତା

କିଛି ଦିନ ବ୍ୟବଧାନ ପରେ ଖୋର୍ଦ୍ଧା ଅଞ୍ଚଳରେ ପୁଣି ହାତୀ ଆତଙ୍କ ଦେଖାଦେଇଛି । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat

ଖୋର୍ଦ୍ଧା:ଜିଲ୍ଲାରେ ହାତୀ ଆତଙ୍କୀ । ଫୁଲ ତୋଳିବାରୁ ଯାଇଥିବା ବେଳେ ମହିଳାଙ୍କୁ କଚାଡି ମାରିଲା ହାତୀ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ଜଣକ କିରଣବାଳା ମାନଧାତା । ଦୁଇ ଆହତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିକ୍ରମ ସାମନ୍ତରାୟ ଓ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ । ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ପାନବରଜ ଗ୍ରାମରେ ଭୋର ସମୟରେ କିରଣବାଳା ମାନଧାତା ଫୁଲ ତୋଳିବାକୁ ଯାଇଥିଲେ । ଏହି ସମୟରେ ମହିଳା ଜଣଙ୍କ ହାତୀ ହାବୁଡ଼ରେ ପଡ଼ିଯାଇ ଆଉ ଭର୍ତ୍ତି ପାରିନଥିଲେ । ଶେଷରେ ହାତୀଟି ତାଙ୍କୁ ଘଟଣାସ୍ଥଳରେ କଚାଡି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ପାନବରଜ ଗ୍ରାମରେ ଅନ୍ୟ ଜଣେ ହାତୀ ଆକ୍ରମଣର ଶିକାର ହୋଇ ଆହତ ହୋଇଥିବାରୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଟାଙ୍ଗିଆ ପଡାରେ ବିକ୍ରମ ସାମନ୍ତରାୟ ଛକରେ ଠିଆ ହୋଇଥିବା ବେଳେ ଆଜି ସକାଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏନେଇ ଖବର ପାଇ ବନ ବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇବା ଆରମ୍ଭ କରିଛନ୍ତି ।

ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଉଥିବା ନଜରକୁ ଆସୁଛି । ଅନେକ ସମୟରେ ଜନବସତି ମଧ୍ୟକୁ ହାତୀ ପଶି ଧନ ଜୀବନ ନଷ୍ଟ କରୁଛି । କିଛିଦିନ ତଳେ ଖୋର୍ଦ୍ଧା ସହର ଭିତରେ ପଶିଥିଲା ହାତୀ । ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ପଛପଟ କାଜୁ ଜଙ୍ଗଲରେ ରହି ମେଡ଼ିକାଲ ପାଚେରୀ ଭାଙ୍ଗିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଇଭିଏମ ଗୋଦାମ ପାଚେରୀ ଭାଙ୍ଗିଥିଲା । ତେବେ ଆଜି ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି । ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରେ ମୃତ ଶରୀର ପଡିଥିବା ଦେଖିବାକୁ ମିଳିଛି । ସେପଟେ ହାତୀର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ ।

ସୂଚନା ଥାଉକି, ଗତ ମାର୍ଚ୍ଚ 1 ତାରିଖରେ ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଶୌଚ ପାଇଁ ଯିବାବେଳେ ଜଣଙ୍କୁ କଚାଡି ମାରିଥିଲା ହାତୀ । ମୃତକ ଜଣଙ୍କ ହେଲେ ଦିବାକର ସାହୁ । ସେହିଦିନ ଭୋର ସମୟରେ ଶୌଚ ହେବାକୁ ଗାଁ ପାଖ ନାଳକୁ ଯାଇଥିଲେ ଦିବାକର । ଏହି ସମୟରେ ହଠାତ୍‌ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details