ଓଡିଶା

odisha

ETV Bharat / state

ସ୍ୱାବଲମ୍ବୀ ମହିଳା, ଧାନରୁ ଘର ସଜ୍ଜା ସାମଗ୍ରୀ କରି ହୋଇପାରିଛନ୍ତି ରୋଜଗାରକ୍ଷମ - ଧାନରୁ ଘର ସଜ୍ଜା ସାମଗ୍ରୀ

ଧାନରୁ ଘର ସଜ୍ଜା ସାମଗ୍ରୀ ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି ସ୍ଵଂୟ ସହାୟିକା ଗୋଷ୍ଠୀର ମହିଳାମାନେ । ଅଧିକ ପଢନ୍ତୁ

Maa Baghei swayam sahayak gosthi
Maa Baghei swayam sahayak gosthi

By

Published : Jul 20, 2023, 2:12 PM IST

Updated : Jul 20, 2023, 2:34 PM IST

woman became self reliance

ଖୋର୍ଦ୍ଧା: ଆଜିର ମହିଳା, ନା ଅବଳା ନା ଦୁର୍ବଳା । ବରଂ ସେ ସଶକ୍ତ ଓ ସ୍ବୟଂସିଦ୍ଧା । ନିଜର ଇଚ୍ଛାଶକ୍ତି ଓ ଚେଷ୍ଟା ବଳରେ ହୋଇପାରିଛନ୍ତି ସ୍ୱାବଲମ୍ବୀ । ଧାନରୁ ବିଭିନ୍ନ ପ୍ରକାରର ଘର ସଜ୍ଜା ସାମଗ୍ରୀ ତିଆରି କରି ରୋଜଗାରକ୍ଷମ ହୋଇ ପାରିଛନ୍ତି ଖୋର୍ଦ୍ଧା ଜିଲ୍ଲାର ମହିଳା ମାନେ । ହାତରେ ଧାନକେଣ୍ଡାକୁ ଛନ୍ଦି ତିଆରି କରୁଛନ୍ତି ବିଭିନ୍ନ ଆକୃତିର ଘର ସଜା ସାମଗ୍ରୀ ।

ବୋଲଗଡ଼ ବ୍ଲକ ସିମାପଲ୍ଲିର ମାଆ ବଘେଇ ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀର ମହିଳାମାନେ ଧାନକେଣ୍ଡାରୁ ସୁନ୍ଦର ସୁନ୍ଦର ଘର ସଜ୍ଜା ସାମଗ୍ରୀ ପ୍ରସ୍ତୁତ କରୁଛି । ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ବସି କାମରେ ନିମଗ୍ନ ରହୁଛନ୍ତି । ଏମାନଙ୍କ ହାତରେ ଧାନରୁ ନିର୍ମାଣ ହୋଇଥିବା ବିଭିନ୍ନ ସାମଗ୍ରୀର ରହିଛି ସ୍ଵତନ୍ତ୍ର ପରିଚୟ । ପ୍ରଥମେ ଧାନ କେଣ୍ଡାକୁ ସଂଗ୍ରହ କରି ସେଥିରୁ ଧାନ ମେଣ୍ଟି ପ୍ରସ୍ତୁତ ହୁଏ, ଏହା ସହିତ ବିଭିନ୍ନ ଡିଜାଇନର ଘର ସଜେଇବା ଉପକରଣ ତିଆରି କରିଥାନ୍ତି ଏହି ମହିଳାମାନେ ।

ଘର କାର୍ଯ୍ୟ ସାରିବା ପରେ ସେଥିରୁ କିଛି ସମୟ ବାହାର କରି ମହିଳାମାନେ ଲାଗିପଡ଼ନ୍ତି ଧାନରୁ ପ୍ରସ୍ତୁତ କାରୁକାର୍ଯ୍ୟରେ । ଅନ୍ୟପଟେ ଏହି ଧାନ ମେଣ୍ଟିରୁ ଝରିଝମ୍ପା, ହାର, ଲକେଟ୍, ପାନିଆ ଭଳି ବିଭିନ୍ନ ପ୍ରକାର ଘର ସୌନ୍ଦର୍ଯ୍ୟ କରଣ ସାମଗ୍ରୀ ତିଆରି ହୋଇଥାଏ । 2005 ମସିହାରୁ ଏହି ସ୍ବୟଂ ସହାୟିକା ଗୋଷ୍ଠୀ ଆରମ୍ଭ ହୋଇଥିବା ବେଳେ 2015 ମସିହାରେ ମାଣଓଷାରେ ଧାନମେଣ୍ଟୀ କାର୍ଯ୍ୟ ଆରମ୍ଭ କରିଥିଲେ ମହଇାଲ ସଦସ୍ୟା । ଧାନମେଣ୍ଟୀରୁ ପ୍ରସ୍ତୁତ ହେଉଥିବା ସାମଗ୍ରୀର ଦାମ ଧାନର ଆକାରକୁ ନେଇ ଧାର୍ଯ୍ୟ ହୋଇଥାଏ । ଏହି ସବୁ ସାମଗ୍ରୀକୁ ବିଭିନ୍ନ ହୋଟେଲ ବା ଘରର ସୌନ୍ଦର୍ଯ୍ୟ ବଢ଼ାଇବାକୁ ବ୍ୟବହାର କରାଯାଏ । ଅନଲାଇନ ମାଧ୍ୟମରେ ମଧ୍ୟ ଏହା ଉପଲବ୍ଧ ରହିଛି।

ଏହା ମଧ୍ୟ ପଢନ୍ତୁ-ବାଉଁଶରୁ ତିଆରି ସୌଖିନ ସାମଗ୍ରୀ, ମହିଳାଙ୍କୁ କଲା ସ୍ବାବଲମ୍ବୀ

ବର୍ଷ ସାରା ଧାନ ମେଣ୍ଟୀ ମିଳୁ ନ ଥିବାରୁ ମହିଳା ସଦସ୍ୟା ମାନେ ଏହାକୁ ସାଇତି ରଖି ଅର୍ଡର ଅନୁଯାୟୀ ପ୍ରସ୍ତୁତ କରଥାନ୍ତି । ଏସବୁ ଉପକରଣ ପ୍ରସ୍ତୁତ କରି ନିଜ ପରିବାର ପୋଷଣ କରିବା ସହିତ ବେଶ ଲାଭବାନ ହେଉଥିବା କହିଛନ୍ତି ମହିଳା ମାନେ । ବିନା କୌଣସି ପ୍ରଶିକ୍ଷଣରେ ସୁନ୍ଦର ସୁନ୍ଦର ଧାନରୁ ପ୍ରସ୍ତୁତ କଳାକୃତିର ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ଚାହିଦା ମଧ୍ୟ ରହିଛି । ଆଗକୁ ଏହି ଧାନର କାରିଗରୀକୁ ବ୍ୟବସାୟକୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛନ୍ତି ମହିଳା ଗୋଷ୍ଠୀ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jul 20, 2023, 2:34 PM IST

ABOUT THE AUTHOR

...view details