ଓଡିଶା

odisha

ETV Bharat / state

ଟିକା ନପାଇ ଟୀକାକରଣ କେନ୍ଦ୍ର ସମ୍ମୁଖରେ ଲୋକଙ୍କ ଧାରଣା - ଟୀକାକରଣ କେନ୍ଦ୍ର ଖୋର୍ଦ୍ଧା

ଟିକା ନପାଇ ତାତିଲେ ଲୋକେ । ଟୀକାକରଣ କେନ୍ଦ୍ର ସମ୍ମୁଖରେ ଦେଲେ ଧାରଣା । ବାଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ଅଧିକ ପଢନ୍ତୁ...

ଟିକା ନପାଇ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ ଲୋକେ
ଟିକା ନପାଇ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ ଲୋକେ

By

Published : May 4, 2021, 11:12 AM IST

ଖୋର୍ଦ୍ଧା: ଟିକା ନପାଇ ଟୀକାକରଣ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ ଶହ ଶହ ନାଗରିକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ। ଆଜି (ମଙ୍ଗଳବାର) ସକାଳେ ଶହ ଶହ ନାଗରିକ ରାତି ୨ ରୁ ଟିକା ନେବା ପାଇଁ ଉକ୍ତ କେନ୍ଦ୍ର ସମ୍ମୁଖରେ ଲାଇନ ଲଗାଇ ଥିବାବେଳେ ସକାଳ ୫ଟାରେ ଟିକା ନାହିଁ ବୋଲି କହିବାରୁ ଉତ୍ୟକ୍ତ ହୋଇ ରାସ୍ତାରେ ଧାରଣାରେ ବସିଥିଲେ ଶହ ଶହ ଲୋକେ ।

ଟିକା ନପାଇ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ ଲୋକେ

ସୋମବାର ଉକ୍ତ ବିଦ୍ୟାଳୟକୁ ପ୍ରଶାସନ ପକ୍ଷରୁ ଟୀକାକରଣ କେନ୍ଦ୍ର ଘୋଷଣା କରାଯିବା ପରେ ଟୀକାକାରଣ ସ୍ଥାନୀୟ ପୋଲିସ ପ୍ରଶାସନ ସହଯୋଗରେ ସୁରୁଖୁରୁରେ ଚାଲିଥିଲା ଓ ଟିକା ନଥିବା ସୂଚନା ପାଇବା ପରେ ଆଜି ବିଶୃଙ୍ଖଳା ଦେଖାଦେଇଛି । ଯଦି ଟିକା ସରିଯାଇଛି ତେବେ କାହିଁକି କେନ୍ଦ୍ର ସମ୍ମୁଖରେ ମେଡିକାଲ ପ୍ରଶାସନ ପକ୍ଷରୁ ସୂଚନା ଫଳକ ଲଗାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ଉତ୍ୟକ୍ତ ଲୋକେ । ବହୁ ସମୟ ଧରି ଧାରଣରେ ବସିବା ପରେ ବାଣପୁର ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଫଳରେ ଧାରଣା ପ୍ରତ୍ୟାହୁତ ହୋଇଥିଲା ।

ଅନ୍ୟପକ୍ଷେ ମେଡିକାଲ ପ୍ରଶାସନ ପକ୍ଷରୁ ଟିକା ନାହିଁ ବୋଲି ସୂଚନା ଫଳକ ଫାଟକରେ ଲଗାଯିବା ପରେ ଲୋକମାନେ ନିରାଶ ହୋଇ ଘରକୁ ଫେରିଯାଇଥିଲେ । ସୋମବାର ଟୀକାକାରଣ ବ୍ୟବସ୍ଥା ସୁଚାରୁରୂପେ ପରିଚାଳନାକୁ ନେଇ ସ୍ଥାନୀୟ ପ୍ରଶାସନ ବାଃ ବାଃ ନେଇଥିବା ବେଳେ ଆଜି ଟିକା ଅଭାବର ସୂଚନାକୁ ଜନସାଧାରଣଙ୍କ ନିକଟରେ ନପହଞ୍ଚାଇବାରୁ ମେଡିକାଲ ପ୍ରଶାସନକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details