ଓଡିଶା

odisha

ETV Bharat / state

ରାଜ୍ୟରେ ବଢିବ ଶୀତ, ଖସିବ ତାପମାତ୍ରା - ଉତ୍ତର ଭାରତରେ ପଶ୍ଚିମା ଝଡର ପ୍ରଭାବ

ଆଗାମୀ 24 ଘଣ୍ଟା ପରେ ରାଜ୍ୟରେ ଅନେକ ସ୍ଥାନରେ 3 ରୁ 5 ଡିଗ୍ରୀ ଯାଏଁ ଖସିବ ରାତ୍ରିର ତାପମାତ୍ରା। ଅଧିକ ପଢନ୍ତୁ

winter cold to increase in odisha
winter cold to increase in odisha

By

Published : Jan 4, 2023, 7:51 PM IST

ରାଜ୍ୟରେ ବଢିବ ଶୀତ, ଖସିବ ତାପମାତ୍ରା

ଭୁବନେଶ୍ବର:ରାଜ୍ୟରେ ବଢିବ ଶୀତ। ଆଗାମୀ 24 ଘଣ୍ଟା ପରେ ରାଜ୍ୟରେ ଅନେକ ସ୍ଥାନରେ 3 ରୁ 5 ଡିଗ୍ରୀ ଯାଏଁ ଖସିବ ରାତ୍ରିର ତାପମାତ୍ରା । ଏହାର ପ୍ରଭାବରେ ଶୀତର ପ୍ରକୋପ ବଢିବା ସହିତ ରାଜ୍ୟରେ ଥଣ୍ଡା ଅନୁଭୁତ ହେବ । ଏହାସହ ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ରହୁଛି । ଏହାର ପ୍ରଭାବରେ ଉତ୍ତର ଭାରତରେ କୁହୁଡିର ପ୍ରଭାବ ଦେଖିବାକୁ ମିଳିବ । ବର୍ତ୍ତମାନ ଏହି କୁହୁଡିର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ଦୃଶ୍ୟମାନ ହେଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀରରେ ୨୫ ମିଟର ଅତି ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିବା ବେଳେ ଅନୁଗୁଳ- ୧୦୦ ମିଟର, ଟିଟିଲାଗଡ-୧୦୦ ମିଟର କୁହୁଡି ଦୃଶ୍ୟମାନ ହୋଇଛି । ସେହିପରି କଟକରେ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିଛି । ଏଠାରେ -୨୦୦ ମିଟର କୁହୁଡି଼ି ଦୃଶ୍ୟମାନ ହୋଇଥିଲା । ଏହି କ୍ରମରେ ସୋନପୁର- ୨୦୦ ମିଟର ଫୁଲବାଣୀ-୨୫୦ ମିଟର, ଢେଙ୍କାନାଳ-୨୦୦ ମିଟର ଦୃଶ୍ୟମାନ ହୋଇଛି । ସେହିପରି ରାଜ୍ୟର ୫ଟି ସ୍ଥାନରେ ହାଲୁକା କୁହୁଡି ଦୃଶ୍ୟମାନ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । କେନ୍ଦୁଝରରେ ୪୫୦ ମିଟର, ପାରାଦ୍ବୀପ ୭୦୦ ମିଟର, ଭବାନୀପାଟଣାରେ ୭୦୦ ମିଟର, ସମ୍ବଲପୁରରେ ୮୦୦ ମିଟର, ହୀରାକୁଦରେ ୯୦୦ ମିଟର କୁହୁଡି ଦୃଶ୍ୟମାନ ହୋଇଛି ।

ଅନ୍ୟପଟେ ସାଧାରଣତଃ ଉତ୍ତର ଭାରତରେ ପଶ୍ଚିମା ଝଡର ପ୍ରଭାବ ନାହିଁ । ଏହି ଦିଗରୁ ଉତ୍ତର ପବନ ବହିବା ଯୋଗୁ ପାଇଁ ଶୀତ ହେଉଛି । ହେଲେ ରାଜ୍ୟରେ ଚଳିତ ଥର ପଶ୍ଚିମା ଝଡର ପ୍ରଭାବ ସେତେଟା ସକ୍ରିୟ ନାହିଁ । ହିମାଳୟ ପାଦଦେଶରେ ବି ତୁଷାରପାତ କମ ରହୁଛି । ଯେଉଁଥିପାଇଁ ରାଜ୍ୟରେ ଶୀତର ପ୍ରଭାବ ନାହିଁ କହିଲେ ଚଳେ । ଅର୍ଥାତ ଜାନୁଆରୀରେ ବି ଶୀତ ଅନୁଭବ ହେଉନାହିଁ । କିନ୍ତୁ ବର୍ତ୍ତମାନ ଉତ୍ତର ପବନ ସକ୍ରିୟ ହୋଇଛି । ଏହାକୁ ନେଇ ରାତିର ତାପମାତ୍ରା କମିବା ଆଉ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ପୂର୍ବ ବର୍ଷ ଅପେକ୍ଷା ଶୀତର ପ୍ରକୋପ କମ ରହିଥିବା ବେଳେ ଏଥରର ଶୀତ ଲହରୀରେ କୋରାପୁଟ ଓ କନ୍ଧମାଳରେ ସର୍ବାଧିକ ଶୀତ ଅନୁଭୁତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏନେଇ ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, "ବର୍ତ୍ତମାନ ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ରହୁଛି। ଏଥିସହିତ କୁହୁଡିର ପ୍ରଭାବ ଆଭ୍ୟନ୍ତରୀଣ ଓଡିଶାରେ ରହୁଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରଭାବ ଏତେଟା ନାହିଁ । ଉତ୍ତରା ପବନ ପ୍ରଭାବ ଯୋଗୁଁ ତାପମାତ୍ରା ତଳକୁ ଖସିବ । ଏଥିସହ 2ରୁ 3 ଦିନ ପର୍ଯ୍ୟନ୍ତ ଶୀତର ପ୍ରଭାବ ଜାରି ରହିବ ।"

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details