ଭୁବନେଶ୍ବର:ବଢୁଛି ଶୀତ କମିଛି ରାତି ତାପମାତ୍ରା । ଥଣ୍ଡାରେ ଥରୁଛି କନ୍ଧମାଳ ଜିଲ୍ଲା । ତେବେ ଲଗାତାର 3 ଦିନ ଧରି ଜି ଉଦୟଗିରି ସର୍ବନିମ୍ନ ତାପାମାତ୍ରା ରେକର୍ଡ କରିଥିବା ବେଳେ ଆଜି 10 ଡିଗ୍ରୀ ତଳେ ଅଛି 8 ସହର । ଆସନ୍ତା 2 ଦିନ ମଧ୍ୟରେ ବଢିବ ରାତି ତାପମାତ୍ରା ରାଜ୍ୟରୁ କମିବ ଶୀତ ।
ଅନ୍ୟପଟେ ରାଜ୍ୟରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଏଥିପାଇଁ ରାଜ୍ୟରେ ଉତ୍ତରା ବାୟୁ ପ୍ରବାହିତ ହେଉଛି । ବାୟୁର ପ୍ରଭାବରେ ରାତି ତାପମାତ୍ରା ବଢ଼ିଛି । ଏଥିପାଇଁ ସାରା ଓଡ଼ିଶା ଥରୁଛି । ଆଗକୁ ଶୀତର ପ୍ରକୋପ କମିବ କହିଛି ପାଣିପାଗ ବିଭାଗ । ଡିସେମ୍ବର ୨୪ରୁ ରାତ୍ରି ତାପମାତ୍ର ୨ ରୁ ୪ ଡିଗ୍ରୀ ବଢିବ । ଗତ କିଛି ଦିନ ଧରି ଓଡିଶାରେ ଶୀତର ପ୍ରକୋପ ଜାରି ରହିଛି । ଅନେକ ସହରରେ ଶୀତ ସହ ଘନ କୁହୁଡି ଦେଖିବାକୁ ମିଳିଛି । ତେବେ ଲଗାତର ୩ ଦିନ ଧରି କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଜି ମଧ୍ୟ ସର୍ବନିମ୍ନ ରାତି ତାପମାତ୍ରା ୬ ଡିଗ୍ରୀ ରେକର୍ଡ ହୋଇଛି ।
ସେହିପରି ଭୁବନେଶ୍ବର 14.6 ଓ କଟକରେ ୧୪.୪ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି । ଶିମିଳିଗୁଡାରେ ୬.୫ ଡିଗ୍ରୀ , କୋରେଇ ୭.୮ ଡିଗ୍ରୀ ଫୁଲବାଣୀ ୮ ଡିଗ୍ରୀ, ଚିପିଲିମା ୮.୨ ଡିଗ୍ରୀ,ଝାରସୁଗୁଡ଼ା ୮.୭ ଡିଗ୍ରୀ, ଦାରିଙ୍ଗୀବାଡି ୧୦.ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପଟେ ଗୁରୁଚାପ ବଳୟ ଧୀରେ ଧୀରେ ପୂର୍ବ ଆଡକୁ ମୁହାଁଇବା ସହ ସାମୁଦ୍ରିକ ବାୟୁ ପ୍ରଭାବ ରାଜ୍ୟରେ ବୃଦ୍ଧି ହେବ । ବଢ଼ିବ ରାତି ତାପମାତ୍ରା ଆସ୍ତେ ଆସ୍ତେ ଶୀତ କମିବ ।