ଖୋର୍ଦ୍ଧା: ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ମଦ ବେପାର ବଢିବାରେ ଲାଗିଛି । ମଦକୁ ସ୍ଥାନୀୟ ଅଞ୍ଚଳରେ ବନ୍ଦ କରିବା ପାଇଁ ଆଗେଇ ଆସିଛନ୍ତି ମହିଳା ଗୋଷ୍ଠୀ । ଚନ୍ଦ୍ରାପୁଟ ଗାଁର ମହିଳା ଗୋଷ୍ଠୀ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି । ଚିଲିକାର ଅଠରବାଟିଆ ପଞ୍ଚାୟତ ଓ ବଡ଼କୁଳ ପଞ୍ଚାୟତରେ ଥିବା ଅନେକ ଗାଁ ଭିତରେ ବେଆଇନ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଠାରୁ ମଦ ଜବତ କରିବା ସହିତ ମଦ ମାଫିଆଙ୍କୁ ଧରିବାରେ ସଫଳ ହୋଇଛନ୍ତି ।
ମଦ ବେପାରକୁ ନେଇ ତାତିଲେ ମହିଳା ଗୋଷ୍ଠୀ - ମଦ ବେପାରକୁ ନେଇ ତାତିଲେ ମହିଳା ଗୋଷ୍ଠୀ
ଚିଲିକାରେ ମଦ ବେପାରକୁ ନେଇ ତାତିଲେ ମହିଳା ଗୋଷ୍ଠୀ । ମଦ ଜବତ କରିବା ସହିତ ବେପାରୀଙ୍କୁ ଦେଉଛନ୍ତି ପୋଲିସର ଜିମା । ଅଧିକ ପଢନ୍ତୁ...
ମଦ ବେପାରକୁ ନେଇ ତାତିଲେ ମହିଳା ଗୋଷ୍ଠୀ
ସେହିପରି ନାଭାଲ ଫାଣ୍ଡି ଅଫିସର ଗୋବିନ୍ଦ ଗୌଡ଼ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏଥିପାଇଁ ଆଗକୁ ଯେମିତି ଏହି ଅଞ୍ଚଳ ନିଶାମୁକ୍ତ ହେବ ମହିଳା ମାନେ ଦାବି କରିଛନ୍ତି । ଏହାସହ ଚୋରା ମଦ ବେପାରୀକୁ ପୋଲିସର ଜିମା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Jul 26, 2020, 1:24 PM IST