ଭୁବନେଶ୍ବର:ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଓ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ପାଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ଲମ୍ବିଛି । ଏହା ଆସନ୍ତା ୧୦ ତାରିଖ ବେଳକୁ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ୧୨ ତାରିଖ ବେଳକୁ ବାତ୍ୟାର ରୂପ ନେବାକୁ ଥିବା ବେଳେ କାଲିଠାରୁ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ରହିବ ବୋଲି କହିଛି ପାଣିପାଗ ବିଭାଗ ।
ବାତ୍ୟା ହେବା ସମୟରେ ପବନର ବେଗ ମଧ୍ୟ ଅଧିକ ରହିବ। କାଲିଠାରୁ ପବନର ବେଗ ୫୦ ରୁ ୬୦ ରହିବ । ଏହା ଫଳରେ ଦକ୍ଷିଣପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ଦୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳରେ ସମୁଦ୍ର ଆଶାନ୍ତ ରହିବ । ସମୁଦ୍ର ଭିତରେ ସର୍ବାଧିକ ଘଣ୍ଟା ପ୍ରତି ୮୦ କି.ମି, ବେଗରେ ବହିପାରେ ପବନ ୧୦ ଓ ୧୧ ତାରିଖ ବେଳକୁ ଆହୁରି ଅଶାନ୍ତ ହୋଇପାରେ ସମୁଦ୍ର । ବିଶେଷ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏହାର ପ୍ରଭାବ ରହିବ। ଏହାକୁ ନେଇ ମତ୍ସ୍ୟଜୀବିଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
ପରେ ଏହା ଯେତେବେଳେ ଉତ୍ତର ଆଣ୍ଡାମାନ ଆଡକୁ ଗତି କରିବା ସେତେବେଳେ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଣ୍ଡାମାନ ଦୀପ ଓ ସାଗର ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନର ବେଗ ୫୦ରୁ ୮୦ କିମି ରହିବ। ସମୁଦ୍ର ଅଶାନ୍ତ ଥିବାରୁ ଆଣ୍ଡାମାନକୁ ପର୍ଯ୍ୟଟଙ୍କ ସୁରକ୍ଷାକୁ ନେଇ କେହି ଯାତ୍ରା ବା ବୁଲାବୁଲି କରିବାକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ସେପଟେ ବାତ୍ୟାର ପ୍ରଭାବ ଓଡ଼ିଶାରେ ରହିବକି ନାହିଁ ଏନେଇ ସ୍ପଷ୍ଟ ହୋଇନଥିବା ବେଳେ ଓଡ଼ିଶାରେ କୌଣସି ୱାର୍ଣ୍ଣିଂ ନାହିଁ କି ପବନ ଓ ବର୍ଷାର ସମ୍ଭାବନା ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ତେବେ ଓଡ଼ିଶା ଓ ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ନଥିବା ବେଳେ ଏହା ପଶ୍ଚିମବଙ୍ଗର କେତେ ନିକଟତର ହେବ ତା ଉପରେ ନଜର ରହିଥିବା କହିଛି ବିଭାଗ। ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପାଇଁ ସେଭଳି କିଛି ନିଦିଷ୍ଟ ପାଣିପାଗର ସୂଚନା ନଥିବା ବେଳେ ରାଜ୍ୟର ଗୋଟିଏ କିମ୍ବା 2ଟି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ଏହାସହ ୯ ଜିଲ୍ଲା ଯେପରିକି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ ଓ ବାଲେଶ୍ବରରେ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି । ମୁଖ୍ୟତଃ ରାଜ୍ୟରେ ଏବେ କାଳବୈଶାଖୀର ପ୍ରଭାବ ନଥିବା ବେଳେ ଧୀରେ ଧୀରେ ତାପମାତ୍ରା ବଢିବା ସହ ପାଗ ଶୁଖିଲା ରହିବ ।