ଓଡିଶା

odisha

ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ, ରାଜଧର୍ମ ପାଳନ କରନ୍ତୁ: ଅପରାଜିତା ଷଡଙ୍ଗୀ

By ETV Bharat Odisha Team

Published : Aug 28, 2023, 6:46 PM IST

Updated : Aug 29, 2023, 9:04 AM IST

ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ, ମୁଖ୍ୟମନ୍ତ୍ରୀଙ୍କୁ ରାଜଧର୍ମ ପାଳନ କରିବାକୁ ପଡ଼ିବ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । ତିନି ଦିନ ତଳେ ଜମି ହଡପକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହା ପରଠାରୁ ଏଭଳି ଘଟଣା ଘଟୁଛି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ, ରାଜଧର୍ମ ପାଳନ କରନ୍ତୁ: ଅପରାଜିତା ଷଡଙ୍ଗୀ
ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ, ରାଜଧର୍ମ ପାଳନ କରନ୍ତୁ: ଅପରାଜିତା ଷଡଙ୍ଗୀ

ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ, ରାଜଧର୍ମ ପାଳନ କରନ୍ତୁ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ। ରାଜଧର୍ମ ପାଳନ କରନ୍ତୁ । ଆମେ ସମସ୍ତେ ନବୀନଙ୍କ ପାଖରୁ ଏହା ଆଶା କରୁଛୁ। ଗତକାଲି ନିଜ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଜୟଦେବ ନିର୍ବାଚନ ମଣ୍ଡଳୀ ଅଠାନ୍ତରେ ବିଜେଡିର ପ୍ରାୟୋଜିତ ବିରୋଧ ପ୍ରଦର୍ଶନ ପ୍ରସଙ୍ଗରେ ଆଜି ଏଭଳି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଏହାବି ପଢନ୍ତୁ- ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି, ମୋତେ ସୁରକ୍ଷା ଦିଅନ୍ତୁ ରାଜ୍ୟ ସରକାର: ଅପରାଜିତା ଷଡଙ୍ଗୀ

ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେଡିର ପ୍ରାୟୋଜିତ ବିରୋଧ ପ୍ରସଙ୍ଗରେ ପୁଣି ଥରେ ଆକ୍ରମଣ କରିଛନ୍ତି । ଅପରାଜିତା କହିଛନ୍ତି,"ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ । ରାଜଧର୍ମ ପାଳନ କରନ୍ତୁ । ଆମେ ସମସ୍ତେ ନବୀନଙ୍କ ପାଖରୁ ଏହା ଆଶା କରୁଛୁ।" ଅପରାଜିତା ଆହୁରି କହିଛନ୍ତି ଗତକାଲି ଜୟଦେବ ନିର୍ବାଚନ ମଣ୍ଡଳୀ ଅଠାନ୍ତରକୁ ଯାଇଥିଲେ ବୁଥ ସଶକ୍ତିକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ। ସେଠାରେ ମୋତେ ମିଶନ ଶକ୍ତି ମହିଳା ମାନେ ବିରୋଧ କଲେ । ସମାନ ରଙ୍ଗର ଶାଢୀ ପିନ୍ଧି ମିଶନ ଶକ୍ତି ମହିଳା ମାନେ ହାତରେ ଟେକା, ପଥର ଏବଂ ଅଣ୍ଡା ଧରି ଠିଆ ହୋଇଥିଲେ ମୋ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ । ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀଙ୍କୁ ଜଣାଇ ଥିଲି । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟୁଇଟ ୟୋଗେ ଜଣାଇଥିଲି । ମୁଁ ବୁଝି ପାରୁନାହିଁ ମହିଳା ସଶକ୍ତିକରଣ ଅର୍ଥ, କଣ ତାଙ୍କୁ ଶିଖାଯାଇଛି । ମୁଁ ଜଣେ ମହିଳା ସାଂସଦ ମୁଁ ଅସୁରକ୍ଷିତ । ରାଜ୍ୟ ସରକାର ଯଦି ସୁରକ୍ଷା ଦେଇଥାନ୍ତେ ଏ ପରିସ୍ଥିତି ସୃଷ୍ଟି ହୋଇପାରିନଥାନ୍ତା । ମିଶନ ଶକ୍ତି ମହିଳା ମାନେ ଫେଲ ମାରିଲେ ମୋ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ । କାରଣ ଠାକୁରଙ୍କ ଆଶୀର୍ବାଦରୁ ସେଠି ମୋର ଜନ ସମର୍ଥନ ଥିବାରୁ ଏହା ସଫଳ ହେଲା ନାହିଁ ।

ଏହାବି ପଢନ୍ତୁ- Dharmendra Reacts to Attack on Aparajita: ପୁଣି ଥରେ ଶଶିକଳା ସିଣ୍ଡ୍ରୋମ କଥା ଦୋହରାଇଲେ ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ, ମୁଖ୍ୟମନ୍ତ୍ରୀଙ୍କୁ ରାଜଧର୍ମ ପାଳନ କରିବାକୁ ପଡ଼ିବ । ମିଶନ ଶକ୍ତିର ମହିଳା ଅବା ଯିଏ ହୁଅନ୍ତୁ ଆମେ ଆଶା କରୁଛୁ ଯଦି ଭୁଲ କରୁଛନ୍ତି ତାଙ୍କୁ ପଚାରିବା କଥା ଏବଂ କାର୍ଯ୍ୟାନୁଷ୍ଠାନ ହେବା କଥା । କାରଣ ଜଣେ ମହିଳା ସାଂସଦଙ୍କ ସୁରକ୍ଷାର ପ୍ରଶ୍ନ ଅଛି । ତିନି ଦିନ ତଳେ ଜମି ହଡପକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଥିଲି । ଏହା ପରଠାରୁ ଏଭଳି ଘଟଣା ଘଟୁଛି ।

ଏହାବି ପଢନ୍ତୁ- 'ସଚିବଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଛି, ବିରୋଧର ତରିକାକୁ ନାପସନ୍ଦ କରୁଛି'

ସୂଚନାଯୋଗ୍ୟଯେ ସାଂସଦ ଅପରାଜିତା ଷଡଙ୍ଗୀ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବୁ ଜାଗାକୁ ଯାଉଛନ୍ତି ନିଜ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ। ହେଲେ ଏବେ ତାଙ୍କୁ ସବୁ ଜାଗାରେ ବିରୋଧ ହେଉଛି । ଏହାକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଙ୍ଗ ଭିତରକୁ ଟାଣିଛନ୍ତି ସାଂସଦ। କହିଛନ୍ତି ରାଜ୍ୟରେ ଜଣେ ସଚିବ କାର୍ଯ୍ୟକ୍ରମକୁ ଗଲେ ଚାରି ହଜାର ପୋଲିସ ନିୟୋଜିତ ହେଉଛନ୍ତି । ହେଲେ ମୁଁ ଜଣେ ସାଂସଦ ମୋତେ ସୁରକ୍ଷା ଦିଆଯାଉନାହିଁ କାହିଁକି? ମୁଁ ଜଣେ ମହିଳା ସାଂସଦ ହିସାବରେ ନିଜକୁ ଅସୁରକ୍ଷିତ ମନେ କରୁଛି।

ମୋର ସୁରକ୍ଷା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଦାୟିତ୍ବ । ମୁଁ ମୋ ଡ୍ୟୁଟି କରିବା ପାଇଁ ଯାଉଛି 15 ଘଣ୍ଟା ଲୋକଙ୍କ ସହ ରହୁଛି ତାଙ୍କ ସୁଖ ଦୁଃଖ ବୁଝୁଛି । କିନ୍ତୁ ଗଲା ତିନି ଦିନ ହେବ ମୋର ବିଭିନ୍ନ ସ୍ଥାନ ଗସ୍ତ ସମୟରେ ବିଭିନ୍ନ ପ୍ରକାର ଲୋକଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ ହେଇଛି । ମୁଁ ୟାକୁ ହୁଲିଗାନଜିମ କହିବି । ୟା ପରେ କେଉଁଠି ବି ମୋର ବୈଠକରେ କି କୌଣସି ପ୍ରକାର ବିଶୃଙ୍ଖଳା ସୁ ନିୟୋଜିତ ଭାବେ କରାଗଲା ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ଅପରାଜିତା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 29, 2023, 9:04 AM IST

ABOUT THE AUTHOR

...view details