ଓଡିଶା

odisha

ETV Bharat / state

ହିନ୍ଦୀ ହାର୍ଟଲ୍ୟାଣ୍ଡ ଫର୍ମୁଲା ଓଡିଶାରେ ପ୍ରୟୋଗ କରିବ କି ବିଜେପି ? - bjp apply hindi heartland formula in odisha

ହିନ୍ଦୀ ହାର୍ଟ ଲ୍ୟାଣ୍ଡରେ ବିଜେପିର ପ୍ରଚଣ୍ଡ ବିଜୟ । ମଧ୍ୟ ପ୍ରଦେଶରେ ଦଳ କ୍ଷମତା ବଜାୟ ରଖିଥିବା ବେଳେ, ରାଜସ୍ଥାନ ଓ ଛତିଶଗଡକୁ କଂଗ୍ରେସ ଠାରୁ ଛଡାଇ ଆଣିଛି । ଦାକ୍ଷିଣାତ୍ୟ ରାଜ୍ୟ ତେଲଙ୍ଗାନା ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମିଜୋରାମରେ ବି ଦଳ ଭଲ ପ୍ରଦର୍ଶନ କରିଛି । ହେଲେ ପ୍ରଶ୍ନ ଉଠୁଛି ଓଡିଶାରେ ସରକାର ବିରୋଧରେ ମାଳ ମାଳ ଦୁର୍ନୀତିର ଅଭିଯୋଗ ଥିବା ସତ୍ବେ କାହିଁକି ବିଜେପି ଉଧେଇ ପାରୁନାହିଁ ? କେଉଁଠି ବିଫଳ ବିଜେପି ? ଅଧିକ ପଢନ୍ତୁ

ହିନ୍ଦୀ ହାର୍ଟଲ୍ୟାଣ୍ଡ ଫର୍ମୁଲା ଓଡିଶାରେ ପ୍ରୟୋଗ କରିବ କି ବିଜେପି?
ହିନ୍ଦୀ ହାର୍ଟଲ୍ୟାଣ୍ଡ ଫର୍ମୁଲା ଓଡିଶାରେ ପ୍ରୟୋଗ କରିବ କି ବିଜେପି?ହିନ୍ଦୀ ହାର୍ଟଲ୍ୟାଣ୍ଡ ଫର୍ମୁଲା ଓଡିଶାରେ ପ୍ରୟୋଗ କରିବ କି ବିଜେପି?

By ETV Bharat Odisha Team

Published : Dec 5, 2023, 8:08 PM IST

ହିନ୍ଦୀ ହାର୍ଟଲ୍ୟାଣ୍ଡ ଫର୍ମୁଲା ଓଡିଶାରେ ପ୍ରୟୋଗ କରିବ କି ବିଜେପି?

ଭୁବନେଶ୍ବର: ହିନ୍ଦୀ ହାର୍ଟ ଲ୍ୟାଣ୍ଡରେ ବିଜେପିର ପ୍ରଚଣ୍ଡ ବିଜୟ । ମଧ୍ୟ ପ୍ରଦେଶରେ ଦଳ କ୍ଷମତା ବଜାୟ ରଖିଥିବା ବେଳେ, ରାଜସ୍ଥାନ ଓ ଛତିଶଗଡକୁ କଂଗ୍ରେସ ଠାରୁ ଛଡାଇ ଆଣିଛି । ଦାକ୍ଷିଣାତ୍ୟ ରାଜ୍ୟ ତେଲଙ୍ଗାନା ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମିଜୋରାମରେ ବି ଦଳ ଭଲ ପ୍ରଦର୍ଶନ କରିଛି । ଯାହାକୁ ନେଇ ଯୋଶରେ ଦଳୀୟ ନେତା କର୍ମୀ । ପୁରା ନିର୍ବାଚନରେ ବିଜେପି ଦୁର୍ନୀତିକୁ ପ୍ରମୁଖ ଅସ୍ତ୍ର କରିଥିବା ବେଳେ, ବିକାଶ ସୁଶାସନର ଗ୍ୟାରେଣ୍ଟି ଦେଇଥିଲା । ଯାହା ଦଳ ସପକ୍ଷରେ ଯାଇଛି । ହେଲେ ପ୍ରଶ୍ନ ଉଠୁଛି ଓଡିଶାରେ ମାଳ ମାଳ ଦୁର୍ନୀତିର ଅଭିଯୋଗ ଥିବା ସତ୍ବେ କାହିଁକି ବିଜେପି ଉଧେଇ ପାରୁନାହିଁ? କେଉଁଠି ବିଫଳ ବିଜେପି? ଅନ୍ୟ ରାଜ୍ୟରେ ଯେଉଁ ଆକ୍ରମଣତ୍ମାକ ଶୈଳୀରେ ବିଜେପି ନେତୃତ୍ବ ଲଢି ସଫଳ ହେଲେ ସେହି ଢଙ୍ଗରେ ଆଗାମୀ ଦିନରେ ଓଡିଶାରେ ଲଢିବେ କି? ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ବିରୋଧରେ ସିଧା ସଳଖ ଲଢେଇ କରିବେ କି? ବିଜେଡି ବିରୋଧରେ ପୁରା ଶକ୍ତିର ସହ ଲଢିବା ପାଇଁ ରାଜ୍ୟ ଶାଖାକୁ ସଂକେତ ଦେବେ କି କେନ୍ଦ୍ରୀୟ ନେତା? ଏହାକୁ ନେଇ ଏବେ ଏକାଧିକ ପ୍ରଶ୍ନ ଉଠିବାରେ ଲାଗିଛି।

ଅଧିକ ପଢନ୍ତୁ- Bjp New President: ଲଢେଇର ନେତୃତ୍ବ ନେବେ ମନମୋହନ, ଶକ୍ତି ଯୋଗାଇବେ ବରିଷ୍ଠ ନେତା

ଏନେଇ ବରିଷ୍ଠ ସାମ୍ବାଦିକ ତଥା ରାଜନୀତି ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି, ଦୁର୍ନୀତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିଜେପି ଯେପରି ସ୍ବରକୁ ଶାଣିତ କରିବା କଥା କରୁନାହିଁ । ରାଜ୍ୟ ନେତୃତ୍ବ କଲେ ମଧ୍ୟ କେନ୍ଦ୍ର ନେତୃତ୍ବ ଚୁପ ରହୁଛି । ଯାହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ । ବିଜେପି କେନ୍ଦ୍ରୀୟ ନେତୃତ୍ବ ରାଜ୍ୟ ସରକାରକୁ ନେଇ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର । 2019 ନିର୍ବାଚନ ପୂର୍ବରୁ ବିଜେପି ଯେପରି ଚିଟଫଣ୍ଡ ଦୁର୍ନୀତିକୁ ପ୍ରସଙ୍ଗ କରିଥିଲା ଏବେ ସେଥିରେ ଶୀଥିଳତା ପଡିଯାଇଛି । ଏହା ଛଡା ଅନେକ ପ୍ରସଙ୍ଗ ରହିଛି ଯାହାକୁ ରାଜ୍ୟ ବିଜେପି ଅଣଦେଖା କରୁଛି । ଦୁର୍ନୀତିକୁ ପ୍ରସଙ୍ଗ କରିବା ସହିତ ବିଜେପି କେନ୍ଦ୍ର ନେତୃତ୍ବ ତାର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର। ତାହା ହେଲେ ଯାଇ ଓଡିଶାରେ ବିଜେଡିକୁ ଟକ୍କର ଦେଇପାରିବ ବିଜେପି । କହିଛନ୍ତି ଗୋଟିଏ ସରକାର 24 ବର୍ଷ କ୍ଷମତାରେ ରହିଲେ ତାଙ୍କ ବିରୋଧରେ ଦୁର୍ନୀତି ପ୍ରସଙ୍ଗ ଉଠିବା ସ୍ବାଭାବିକ । କିନ୍ତୁ ବିଜେଡି ଓ ବିଜେପି ଭିତରେ ଯେପରି ସମ୍ପର୍କ ରହିଛି, ରାଜ୍ୟ ବିଜେପି ବିଜେଡି ସରକାର ବିରୋଧରେ ଦୁର୍ନୀତି ପ୍ରସଙ୍ଗକୁ ଯେପରି ଉଠାଇବା କଥା ସେପରି ଉଠାଉନାହିଁ । ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନରେ ମହିଳା ଭୋଟରଙ୍କ ଭଲ ସମର୍ଥନ ପାଇଛି ବିଜେପି । ଓଡ଼ିଶାରେ କିନ୍ତୁ ଓଲଟା । ଏଠି ମହିଳାଙ୍କ ସମର୍ଥନ ରହିଛି ବିଜେଡି ସରକାର ପ୍ରତି । ଏପରି ସ୍ଥିତିରେ ବିଜେପି ପାଇଁ ଭୋଟ ହାତେଇବା ମୁସକିଲ ହୋଇପଡିବ । ଦୁର୍ନୀତିକୁ ପ୍ରସଙ୍ଗ କଲେ କିଛି ମାତ୍ରାରେ ଲାଭ ମିଳିପାରେ ବିଜେପିକୁ । କିନ୍ତୁ ବଡ଼ କଥା ହେଉଛି ଲାଭାର୍ଥୀଙ୍କ ପାଖରେ ପହଞ୍ଚିବା । ନୂଆ ଭୋଟରଙ୍କ ପାଖରେ ପହଞ୍ଚିବା । ଏଥିପାଇଁ ଯେଉଁ ସ୍ଥିତି ବିଜେପି ତିଆରି କରିବା କଥା ତାହା ଏ ପର୍ଯ୍ୟନ୍ତ ତିଆରି କରିପାରିନାହିଁ ।

ଅଧିକ ପଢନ୍ତୁ- କଂଗ୍ରେସ ହାତରୁ ଛତିଶଗଡ଼ ଛଡାଇ ଆଣିଲା ବିଜେପି; ୫୩ ସିଟ୍ ସହ ବଡ ବିଜୟ

ସେପଟେ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ 50 ପ୍ରତିଶତ ପିସିକୁ ପ୍ରସଙ୍ଗ କରିଛି ବିଜେପି । ବ୍ଲକ ସ୍ତରରେ ଦୁର୍ନୀତି ପ୍ରସଙ୍ଗରେ ଆନ୍ଦୋଳନ କରାଯାଉଛି । ଏହି ଦୁର୍ନୀତି ବିରୋଧୀ ଲଢେଇକୁ ଅଧିକ ଶାଣିତ କରାଯାଉଛି । ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ଓଡିଶାରେ ମୋଦି ଗ୍ୟାରେଣ୍ଟି କାମ ଦେବ । ଓଡିଶାବାସୀ ଦୁର୍ନୀତିକୁ ବୁଝିସାରିଲେଣି । ସେମାନେ ପରିବର୍ତ୍ତନ ଚାହୁଁଛନ୍ତି । ଆଗାମୀ ନିର୍ବାଚନ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । ଏହି ନିର୍ବାଚନରେ ନେତା ଓ ରାଜନୈତିକ ଦଳ ଅପେକ୍ଷା ଲୋକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । ମୋଦିଙ୍କ ବିକାଶ ମୂଳକ କାମକୁ ଆଧାର କରି ଦୁର୍ନୀତିକୁ ହଟାଇ ବିଜେପି ସରକାର ଓଡିଶାରେ ଗଠନ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟଯେ 2019 ନିର୍ବାଚନ ପୂର୍ବରୁ ଚିଟଫଣ୍ଡ ଦୁର୍ନୀତିକୁ ପ୍ରସଙ୍ଗ କରିଥିଲା ବିଜେପି । ଯାହାକୁ କିଛି ମାତ୍ରାରେ ଗ୍ରହଣ କରିଥିଲେ ଲୋକେ । ନିର୍ବାଚନରେ ଦଳ ମୁଖ୍ୟ ବିରୋଧୀ ଭାବେ ଉଭା ହୋଇଥିଲା । କିନ୍ତୁ 2024 ନିର୍ବାଚନ ପୂର୍ବରୁ 3ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ନେତା ଓ କର୍ମୀଙ୍କ ମନରେ ଉତ୍ସାହ ଭରିଛି ସତ । କିନ୍ତୁ ଯେଉଁ ପ୍ରସଙ୍ଗକୁ ଆଧାର କରି ବିଜେପି ଏହି ନିର୍ବାଚନ ଜିତିଲା ଓଡିଶାରେ ସେପରି ଦୁର୍ନୀତି କୁ କାହିଁକି ପ୍ରସଙ୍ଗ କରୁନାହିଁ ବୋଲି ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details