ଖୋର୍ଦ୍ଧା: ସବୁଠି ଗଢି ଉଠିଛି କଂକ୍ରିକ୍ଟ ଜଙ୍ଗଲ । ଏଥିପାଇଁ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଉଛନ୍ତି । ସେହିଭଳି ଆଜି(ମଙ୍ଗଳବାର) ଖାଦ୍ୟ ଅନ୍ବେଷଣରେ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ହଳଦୀପଦାରେ ଏକ ବାରହା ଆସି ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ କରି କୂଅରେ ପଡିଥିବା ଦେଖିବାକୁ ମିଳିଛି ।
ଫସଲ ନଷ୍ଟବେଳେ କୂଅରେ ପଡିଲା ବାରହା, ଉଦ୍ଧାର କଲା ବନ ବିଭାଗ - khurda wild boar
ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ହଳଦୀପଦାରେ ଏକ ଜଙ୍ଗଲୀ ବାରହା ଖାଦ୍ୟ ଅନ୍ବେଷଣ ସମୟରେ ଏକ କୂଅରେ ପଡିଯାଇଛି । ଅଧିକ ପଢନ୍ତୁ...
ଫସଲ ନଷ୍ଟବେଳେ କୂଅରେ ପଡିଲା ବାରହା, ଉଦ୍ଧାର କଲା ବନ ବିଭାଗ
ବାରହା ପଡିଥିବା ଖବର ପାଇବା ପରେ ଜଙ୍ଗଲ ବିଭାଗର କର୍ମଚାରୀମାନେ ତାକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାପଡିଛି । କିନ୍ତୁ ଧାନ ଅମଳ ସମୟରେ ଗୋଟିଏ ପଟେ ହାତୀ ଏବଂ ଅନ୍ୟପଟେ ବାରହାଙ୍କ ଉପଦ୍ରବରେ ଚାଷୀ ଅତିଷ୍ଠ ହୋଇ ଜଙ୍ଗଲ ବିଭାଗକୁ ଦାୟୀ କରି ଏହାର କ୍ଷତିପୂରଣ ଦାବି କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ