ଭୁବନେଶ୍ବର: ସ୍ତ୍ରୀକୁ ଅତ୍ୟାଚାର ଦେଇ ସ୍ବାମୀ କରୁଥିଲା ମଉଜ । ସ୍ତ୍ରୀ ଠୁ ଅଲଗା ରହି ଯୁବତୀଙ୍କ ସହ ସମୟ ବିତାଉଥିଲେ। ସ୍ବାମୀର ପରକୀୟାପ୍ରିତି ଧରିବାକୁ ସ୍ତ୍ରୀ କରିଥିଲା ଷ୍ଟିଙ୍ଗ୍ ଅପରେସନ। ଶେଷରେ 6ବର୍ଷ ଧରି ଷ୍ଟିଙ୍ଗ ଅପରେସନ ପରେ ଧରାପଡ଼ିଛି ସ୍ବାମୀର କଳାକାରନାମା । ଦୋକାନରେ ଅନ୍ୟ ଯୁବତୀଙ୍କ ସହ ସ୍ବାମୀକୁ ଦେଖିବା ପରେ ବିରୋଧ କରିଥିଲା ସ୍ତ୍ରୀ । ଧରାପଡ଼ିବା ପରେ ସ୍ତ୍ରୀକୁ ମାଡ଼ ମାରି ଲହୁ ଲୁହାଣ କଲା ସ୍ବାମୀ । ଯାହାର ଦୃଶ୍ୟ ପୁରା ସିସିଟିଭିରେ କଏଦ ହୋଇଛି । ଭୁବନେଶ୍ବର ଚିନ୍ତାମଣି ଶବର ନିକଟ ଏକ ଦୋକାନରେ ଘଟିଥିଲା ଏପରି ଘଟଣା । ସ୍ବାମୀ ସୌରଭ ଦାସଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାର ଦ୍ବାରସ୍ଥ ହେଲେ ସ୍ତ୍ରୀ ସାଗରିକା ପରିଡ଼ା ।
ସାଗରିକା ପରିଡ଼ା ପୋଲିସ କର୍ମଚାରୀ ଭାବେ ପୂର୍ବରୁ କମିଶନରେଟରେ ଚାକିରି କରୁଥିଲେ । ୧୩ ଡିସେମ୍ବର ୨୦୧୫ରେ ପରିବାର ଲୋକଙ୍କ ସହମତିରେ ଉଭୟଙ୍କ ବିବାହ ହୋଇଥିଲା । ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ ସାଗରିକା । କିନ୍ତୁ ସ୍ବପ୍ନ ଯେମିତି ପାଣି ଫୋଟକା ପରି ଫାଟି ଯାଇଥିଲା । ବାହାଘର କିଛି ଦିନ ପରେ ସାଗରିକାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିଲେ ସ୍ବାମୀ ସୌରଭ । ଏପରିକି ମାନସିକ ଚାପ ପକାଇ ଯୌତୁକ ଦାବି କରୁଥିଲେ । କିନ୍ତୁ ଏନେଇ ସାଗରିକା ବିରୋଧ କରିବାରୁ ତାଙ୍କ ଉପରେ ଅତ୍ୟାଚାର ବଢ଼ିଥିଲା । ଅନେକ ସମୟରେ ତାଙ୍କ ନାମରେ ମିଛ ଅଭିଯୋଗ ଆଣିବାରୁ ଶେଷରେ ଚାକିରିରୁ ବିଦା ହୋଇଥିଲେ ସାଗରିକା ।
ଏହା ମଧ୍ୟ ପଢନ୍ତୁ-ପରକୀୟାପ୍ରୀତି ସନ୍ଦେହ, ପତ୍ନୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କଲା ସ୍ୱାମୀ