ଖୋର୍ଦ୍ଧା:ପିଲାଟି ଦିନରୁ ମାଆ କୁ ହରାଇଛି , ସ୍ନେହ କଣ ପିଲାଟି ଦିନରୁ ଜାଣିନି । ସାତ ବର୍ଷ ତଳେ ମତେ ଭଲ ପାଇ ମୋର ସବୁ କଥା ବୁଝିବେ କହି ବାହା ହେଲେ ଆଉ ଏବେ ମତେ ଏମିତି ଶୀତ କାକରରେ ତାଙ୍କ ଦୁଆରେ ବସାଇଛନ୍ତି । ମତେ ଯଦି ସ୍ତ୍ରୀର ଅଧିକାର ଦେବନି ତାହେଲେ ବିଷ ଟିକେ ଦିଅ । ମୁଁ ଏଇଠୁ ତମ ଘରକୁ ଯିବି ନହେଲେ ମଶାଣୀକୁ । ଆଜି ଏମିତି କିଛି କୋହଭରା କଣ୍ଠରେ କହିଛନ୍ତି ବାଘମାରି ଗ୍ରାମରେ ସ୍ତ୍ରୀର ଅଧିକାର ପାଇଁ ସ୍ବାମୀ ଘର ଆଗରେ ଧାରଣରେ ବସିଥିବା ପିଙ୍କି । ଗତ ୨୬ ତାରିଖରୁ ସ୍ତ୍ରୀର ଅଧିକାର ଦାବି କରି ଧାରଣାରେ ବସିଛନ୍ତି ପିଙ୍କି । ଛୋଟ ଜାତିର ହୋଇଥିବାରୁ ପିଙ୍କିଙ୍କୁ ଶାଶୁଘର ଲୋକ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ବାଘମାରି ଗ୍ରାମର ଅଶୋକ ଦାସ ନାମକ ଜଣେ ଯୁବକ ଅନୁଗୁଳର ପିଙ୍କି ବେହେରା ନାମ୍ନୀ ଜଣେ ଯୁବତୀକୁ ୭ବର୍ଷ ତଳେ ବାହା ହୋଇ ଭୁବନେଶ୍ଵରରେ ଘର ଭଡା ନେଇ ରହୁଥିଲେ । ଗତ ଜୁନ ୧୩ତାରିଖରୁ ସେମାନଙ୍କ ଭିତରେ ଝଗଡା ଆରମ୍ଭ ହୋଇଥିଲା । ଅଶୋକ ପିଙ୍କିକୁ ଛାଡି କୁଆଡେ ପଳେଇଲା ।