ଓଡିଶା

odisha

ETV Bharat / state

Weather Update: ଆହୁରି ୨୪ଘଣ୍ଟା ରାଜ୍ୟରେ ବଡ ବର୍ଷା - ଓଡ଼ିଶା ପାଣିପାଗ

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା ନେଇ ସୂଚନା ଦେଲେ ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 7, 2023, 5:36 PM IST

ଆହୁରି ୨୪ଘଣ୍ଟା ରାଜ୍ୟରେ ବଡ ବର୍ଷା

ଭୁବନେଶ୍ବର: ଗତକାଲିର ଘୂର୍ଣ୍ଣିବଳୟ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ମଧ୍ୟଭାଗ ଏବଂ ପାର୍ଶ୍ଵବର୍ତ୍ତୀ ଛତିଶଗଡ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି । ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ବିସ୍ତୃତି ବର୍ଷା ତଥା ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାସହ କାଲିଠାରୁ ରାଜ୍ୟରେ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡିଶା ସହ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭାରି ବର୍ଷା ହେବା ସମ୍ଭାବନା ରହିଛି । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୭ ରୁ ୨୦ ସେଣ୍ଟିମିଟର ବର୍ଷା ସମ୍ଭାବନା ପାଇଁ ପୂର୍ବାନୁମାନ ଜାରି କରାଯାଇଛି । ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ରହିବ । ଆସନ୍ତାକାଲି ଉତ୍ତର ଓଡ଼ିଶାରେ ବିସ୍ତୃତି ରହିବ । କାଲିଠାରୁ ରାଜ୍ୟରେ ବର୍ଷା କମିବ ଏହା ପରେ ଆସନ୍ତା ୧୨ ତାରିଖରୁ ପୁଣି ଥରେ ବର୍ଷା ବିସ୍ତୃତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ବି ପଢନ୍ତୁ- ଦୃର୍ବଳ ହେଲା ଲଘୁଚାପ: ରାଜ୍ୟରେ ସକ୍ରିୟ ମୌସୁମୀ, ଆସନ୍ତା ୨ ଦିନ ପ୍ରବଳ ବର୍ଷିବ

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ରେକର୍ଡ ହୋଇଛି। ସେହିପରି ରାଜ୍ୟରେ ଗୋଟିଏ ସ୍ଥାନରେ ଅତି ପ୍ରବଳ ଓ ୧୧ ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ଼ କରାଯାଇଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ କୋରାପୁଟର ସିମିଳିଗୁଡା ୧୫୮ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ରାଜ୍ୟରେ ପାଖାପାଖି ୮୬୭. ୯ ମିଲି ମିଟର ବର୍ଷା ସ୍ଵାଭାବିକ ବର୍ଷା ତୁଳନରେ ୧୨ ପ୍ରତିଶତ କମ ରହିଛି ।

୩ ରୁ ୪ ଦିନ ଲଗାତାର ବର୍ଷାରେ ୩ ପ୍ରତିଶତ ନିଅନ୍ତିଆ ବର୍ଷା ଭରଣ ହୋଇଛି । ବର୍ତ୍ତମାନ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିଛି । ଦୁଇ ଦିନ ଆଗରୁ ୧୪ ଜିଲ୍ଲାରେ ନିଅଣ୍ଟିଆ ରହିଥିଲା ଏହା ପରେ ଏହା ୧୦କୁ କମିଛି ବୋଲି ବିଭାଗ ସୂଚନା ଦେଇଛି । ସେପ୍ଟେମ୍ବର ୮୪.୬ ମିଲି ମିଟର ବର୍ଷା ରେକର୍ଡ ହୋଇଛି ଯାହା ୩୬ ପ୍ରତିଶତ ଅଧିକ ରହିଛି ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ. ଆର ବିଶ୍ବାସ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details