ଖୋର୍ଦ୍ଧା: ବୁଣାକାରଙ୍କ ପାଇଁ ସରକାର କରିଛନ୍ତି ମାଳମାଳ ଯୋଜନା । କିନ୍ତୁ ତାହା ବୁଣାକାରଙ୍କ ନିକଟରେ ଏହା ଠିକଭାବେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲା ରାଉତପଡା ଗ୍ରାମରେ ପ୍ରାୟ 200ରୁ ଉର୍ଦ୍ଧ୍ବ ବୁଣାକାର ପରିବାର ତନ୍ତରେ ଲୁଗାବୁଣି ନିଜ ପରିବାର ପ୍ରତିପୋଷଣ କରୁଥିବାବେଳେ କୌଣସି ସରକାରୀ ସହାୟତା ମିଳୁ ନଥିବା ଅଭିଯୋଗ କରିଛନ୍ତି ।
ବିପଦସଙ୍କୁଳ ଘରେ ଚାଲିଛି ତନ୍ତଶାଳ: ସରକାରୀ ସହାୟତା ଅପେକ୍ଷାରେ ବୁଣାକାର - Weavers waiting for government assistance
ଖୋର୍ଦ୍ଧା ଜିଲ୍ଲା ରାଉତପଡା ଗ୍ରାମରେ ପ୍ରାୟ 200ରୁ ଉର୍ଦ୍ଧ୍ବ ବୁଣାକାର ପରିବାର ତନ୍ତରେ ଲୁଗାବୁଣି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ କୌଣସି ସରକାରୀ ସହାୟତା ମିଳୁ ନଥିବା ଅଭିଯୋଗ କରିଛନ୍ତି ।
ସହାୟତା ଅପେକ୍ଷାରେ ବୁଣାକାର
ଭଙ୍ଗା ମାଟିଘର ଓ ବିପଦସଙ୍କୁଳ ଅବସ୍ଥାରେ ତନ୍ତ କାମ ଚାଲୁଥିବାବେଳେ ବିଭାଗ କି ସରକାରଙ୍କୁ ଯେତେ ନେହୁରା ହେଲେ ମଧ୍ୟ କିଛି ଲାଭ ମିଳୁ ନଥିବା କହିଛନ୍ତି ବୁଣାକାର । ସେପଟେ ଫୋନି ବାତ୍ୟାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ, ସରକାରୀ ସହାୟତା ମିଳି ନଥିବା କାରଣରୁ ଭଙ୍ଗାଘର ତନ୍ତ ପକାଇ ବୁଣାବୁଣି କାର୍ଯ୍ୟ କରୁଥିବା ଦେଖାଦେଇଛି । ଏସବୁ ଦେଖିଲେ ସରକାର କରୁଥିବା ବୁଣାକାରଙ୍କ ପାଇଁ କେତେ ତତ୍ପର ତାହା ଜଣାପଡୁଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ