ଓଡିଶା

odisha

ETV Bharat / state

ଜଳୁଛି ପଶ୍ଚିମ ଓଡ଼ିଶା, ଉପକୂଳରେ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ଜାରି ରହିଛି ତାତି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଛି । ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

By

Published : May 21, 2023, 5:58 PM IST

Weather update
ପାଣିପାଗ ସୂଚନା

ପାଣିପାଗ ସୂଚନା

ଭୁବନେଶ୍ବର:ଡହଡହ ଖରାରୁ ଶିଝୁଛି ଓଡ଼ିଶା । ଗୋଟିଏ ପଟେ ଜଳୁଛି ପଶ୍ଚିମ ଓଡ଼ିଶା, ଅନ୍ୟପଟେ ଉପକୂଳରେ ହନ୍ତସନ୍ତ କରୁଛି ଗଳୁଗୁଳି । ସ୍ଥାନେ ସ୍ଥାନେ କାଳବୈଶାଖୀ ଜନିତ ବର୍ଷା ହେଉଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଉପରେ ବିଶେଷ ପ୍ରଭାବ ପକାଇନାହିଁ । ଗତଦୁଇ ଦିନ ହେବ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଜିଠାରୁ ପୁଣି ଦିନ ତାପମାତ୍ରା କେତେକ ସ୍ଥାନରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ରାଜ୍ୟରେ କାଳବୈଶାଖୀ ଦୁର୍ବଳ ହେଉଥିବାରୁ ତାପାମାତ୍ରା ପୁଣି ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି । ଆସନ୍ତା ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ଅପରିବର୍ତ୍ତିତ ରହିବ। କିଛି ଅଞ୍ଚଳରେ ପାରଦ ୪୨ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇପାରେ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଖରା ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ ।

ତେବେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପାଣିପାଗର କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ । ହେଲେ ତାତି ସହ ବାୟୁ ଚଳାଚଳର ପ୍ରବାହକୁ ନେଇ ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକ ହେଲା- ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଜପତି, ଗଞ୍ଜାମ । ସେହିପରି ଆସନ୍ତାକାଲି ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ପବନର ବେଗ ୩୦ରୁ ୪୦ କିମି ରହିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ:କିଛି ଜିଲ୍ଲାରେ ଅସହ୍ୟ ଗରମ, ୧୭ଜିଲ୍ଲାରେ କାଳବୈଶାଖୀ ନେଇ ୟୋଲୋ ୱାର୍ଣ୍ଣିଂ

ଗତ ୨୪ ଘଣ୍ଟାରେ ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ଦିନ ୨.୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୮.୬ ଡ଼ିଗ୍ରୀ ରହିଛି । ପଶ୍ଚିମ ଓଡ଼ିଶାର କିଛିକିଛି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ କିମ୍ବା ଅଧିକ ରହିବାର ସମ୍ଭାବନା ରହିଛି । ସେହିପରି ସମ୍ବଲପୁରରେ ୪୩ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୪ ଡିଗ୍ରୀ, ହୀରାକୁଦରେ ୪୧.୮ ଡିଗ୍ରୀ, ଚାନ୍ଦବାଲି ୪୦ ଡିଗ୍ରୀ, ବାଲେଶ୍ବର ୩୫.୮ ଡିଗ୍ରୀ, କେନ୍ଦୁଝର ୩୫.୪ ଡିଗ୍ରୀ, ପୁରୀ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details