ଓଡିଶା

odisha

ETV Bharat / state

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟ, 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ

ପୁଣି ଲଘୁଚାପଜନିତ ବର୍ଷାରେ ଭିଜିବ ଓଡିଶା । ଏହାର ପ୍ରଭାବରେ ଆସନ୍ତା 24ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

By

Published : Aug 5, 2019, 9:06 PM IST

Updated : Aug 5, 2019, 9:12 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ବଙ୍ଗାପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା 3 ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ପାଣିପାଗ ବିଭାଗର ସୂଚାନାନୁସାରେ ଆସନ୍ତା 24ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ସେହି ଜିଲ୍ଲା ଗୁଡିକ ହେଲା- ସୁନ୍ଦରଗଡ, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ ।

ଅନ୍ୟ ପଟେ ଚଳିତ ବର୍ଷ ଓଡିଶାରେ ଅନ୍ୟ ବର୍ଷ ତୁଳନାରେ ସ୍ବଭାବିକ ଠାରୁ କମ ମୌସୁମୀ ବର୍ଷା ସହ କମ୍‌ ଲଘୁଚାପ ଜନିତ ବର୍ଷା ହୋଇଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Aug 5, 2019, 9:12 PM IST

ABOUT THE AUTHOR

...view details