ଭୁବନେଶ୍ବର:ବଙ୍ଗୋପସାଗର ଅଞ୍ଚଳରୁ ପୂର୍ବ ଦିଗରୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି । କେତେକ ସ୍ଥାନରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସୁନ୍ଦରଗଡରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୬ ଡିଗ୍ରୀ ରେକର୍ଡ଼ କରଯାଇଛି । ଏଥିସହ ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କନ୍ଧମାଳର ଜି. ଉଦୟଗିରିରେ ୧୪.୮ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ତେବେ ଆଗାମୀ ୩ ଦିନରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହୁଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଏହାମଧ୍ୟ ପଢନ୍ତୁ: ମନ୍ତ୍ରୀ ପୁତୁରାଙ୍କ ଦାଦାଗିରିର ଆଉ ଏକ ଭିଡିଓ ଭାଇରାଲ, ଜଣେ ମହିଳାଙ୍କୁ କରିଥିଲେ ଦୁର୍ବ୍ୟବହାର