ଓଡିଶା

odisha

ETV Bharat / state

Weather Update: କୁଆପଥର ବର୍ଷା ସମ୍ଭାବନା, ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - କାଳବୈଶାଖୀ ପ୍ରଭାବ

କାଳବୈଶାଖୀ ଜନିତ ବର୍ଷା ନେଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

Weather update
ପାଣିପାଗ ସୂୂଚନା

By

Published : Jun 3, 2023, 7:56 PM IST

ପାଣିପାଗ ସୂୂଚନା

ଭୁବନେଶ୍ବର: ରାଜ୍ୟରେ କଲବଲ କରୁଛି ତାତି ସହ ଅସହ୍ୟ ଗୁଳୁଗୁଳି । ବର୍ତ୍ତମାନ ପାଗରେ କୌଣସି ପରିବର୍ତ୍ତନ ନଥିବା ବେଳେ ୧୧ ଜୁନ ପରେ ପାଣିପାଗର ମିଜାଜ ବଦଳିପାରେ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ୪୦ ରୁ ୫୦ କିମି ରହିବ ।

ଏହା ମଧ୍ୟ ପଢ଼ନ୍ତୁ:ଅସମ୍ଭାଳ ତାତିରେ ଅସ୍ତବ୍ୟସ୍ତ ଜୀବନ, ଆମ୍ବସର ଓ ଲସିର ବଢୁଛି ଡିମାଣ୍ଡ

କାଳବୈଶାଖୀ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟେ ଦୁଇଟି ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ନୟାଗଡ଼, ବୌଦ୍ଧ, କଟକ, ଅନୁଗୋଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୬ ତାରିଖରେ କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୭ ତାରିଖ ବେଳକୁ ବର୍ଷାର ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ:Odisha Weather: କାଳବୈଶାଖୀ ସମ୍ଭାବନା, ୧୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ବାଲେଶ୍ବର ଭୋଗରାଇରେ ୨୦.୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁରରେ ସର୍ବାଧିକ ୪୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସୋନପୁରରେ ୪୪ ଡିଗ୍ରୀ, ବୌଦ୍ଧରେ ୪୪ ଡିଗ୍ରୀ, ଝାରସୁଗୁଡାରେ ୪୩.୮ ଡିଗ୍ରୀ, ହୀରାକୁଦରେ ୪୩.୮ ଡିଗ୍ରୀ, ବଲାଙ୍ଗୀରରେ ୪୩.୩ ଡିଗ୍ରୀ, ରାଉଲକେଲାରେ ୪୩.୨ ଡିଗ୍ରୀ ସୁନ୍ଦରଗଡ଼ରେ ୪୩.୦ ଡିଗ୍ରୀ, ଭବାନୀପାଟଣାରେ ୪୨.୬ ଡିଗ୍ରୀ, ଫୁଲବାଣୀରେ ୪୩.୫ ଡିଗ୍ରୀ, ଟିଟିଲାଗଡରେ ୪୨.୩ ଡିଗ୍ରୀ, ଅନୁଗୋଳରେ ୪୨.୧ ଡିଗ୍ରୀ, ବରଗଡ଼ରେ ୪୨.୦ ଡିଗ୍ରୀ, ଭୁବନେଶ୍ୱରରେ ୪୧.୬ ଡିଗ୍ରୀ, ମାଲକାନଗିରିରେ ୪୧.୫ ଡିଗ୍ରୀ, ନୂଆପଡ଼ାରେ ୭୪୨.୫ ଡିଗ୍ରୀ ଓ ତାଳଚେରରେ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details