ଓଡିଶା

odisha

ETV Bharat / state

ଅହସ୍ୟ ତାତିରେ ଜଳୁଛି ପଶ୍ଚିମରୁ ଉପକୂଳ, ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ

ଡହଡହ ଖରାରେ ସିଝୁଛନ୍ତି ରାଜ୍ୟବାସୀ । ଯେଉଁ ସମୟରେ ମୌସୁମୀ ଛୁଇଁବା କଥା, ସେହି ସମୟରେ ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ଓଡ଼ିଶା । ଏପଟେ 23 କିମ୍ବା 25 ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ ଆକଳନ କରିଛନ୍ତି । ଅଧିକ ପଢ଼ନ୍ତୁ

weather update
ପାଣିପାଗ ସୂଚନା

By

Published : Jun 17, 2023, 8:53 PM IST

ପାଣିପାଗ ସୂଚନା

ଭୁବନେଶ୍ବର:ଆକାଶରୁ ହେଉଛି ଅଗ୍ନି ବର୍ଷା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳୁଛି ପଶ୍ଚିମରୁ ଉପକୂଳ । ସକାଳ ହେଲେ ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଦିନ ୧୧ଟା ସୁଦ୍ଧା ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଛୁଉଁଛି । ଆଜି ଦିନ ସାଢେ ଦୁଇ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଛି । ୪୫ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି । ବର୍ଦ୍ଧିତ ତାପମାତ୍ରାକୁ ନେଇ ଆହୁରି ୩ ଦିନ ଗରମ ଓ ଗୁଳୁଗୁଳିରେ କଲବଲ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ କହିଛନ୍ତି । ଅନ୍ୟପଟେ ଆସନ୍ତା ୨୩ ରୁ ୨୪ ତାରିଖ ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । ଏହାର ପ୍ରଭାବରେ ଆସନ୍ତା ୨୫ରୁ ୨୬ ତାରିଖ ଆଡ଼କୁ ରାଜ୍ୟକୁ ମୌସୁମୀ ଛୁଇଁବାର ଆକଳନ କରାଯାଉଛି ।


ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ଯେ ବର୍ତ୍ତମାନ ଯେଉଁ ଭଳି ଭାବରେ ଗରମ ଅନୁଭୂତ ହେଉଛି ଏହାର ମୁଖ୍ୟ କାରଣ ହେଉଛି ବାତ୍ୟା ବିପର୍ଯ୍ୟୟ । ଯାହା ଫଳରେ ଓଡ଼ିଶା ଭଳି ଅନେକ ରାଜ୍ୟରେ ଗରମ ଅନୁଭୂତ ହେଉଥିଲା । ଉତ୍ତର ଏବଂ ପଶ୍ଚିମ ଭାରତରେ ବର୍ଷାର ସମ୍ଭାବନା ରହିଛି । ତେଣୁ ଗତକାଲି ଅପେକ୍ଷା ଆଜି ଅନେକ ସ୍ଥାନରେ ତାପମାତ୍ରା କାମ ରହିବ । ଆସନ୍ତାକାଲି ଠାରୁ ରାଜ୍ୟରେ ତାପମାତ୍ରା କମ ରହିବ କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ 40 ଡିଗ୍ରୀ ଉପରେ ତାପମାତ୍ରା ରହିବାର ସମ୍ଭାବନା ରହିଛି । ଦୁଇ ଦିନ ମଧ୍ୟରେ କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ଯାହା ବର୍ତ୍ତମାନ ଜଣାପଡୁଛି 23 ତାରିଖ ଏବଂ 24 ତାରିଖରେ ଏକ ଘୂର୍ଣ୍ଣିବଳୟ ବାଂଲାଦେଶ ଓ ପଶ୍ଚିମବଙ୍ଗ ସୀମାନ୍ତରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ 23 ରୁ 25 କିମ୍ବା 26 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଏହାରି ଫଳରେ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ୨ ଦିନରେ ୩ ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା କମିପାରେ ।

ରାଜ୍ୟରେ ତାତି ପ୍ରକୋପ ବଢିଚାଲିଥିବା ବେଳେ ୮ ବର୍ଷର ରେକର୍ଡ ଭାଙ୍ଗିଛି ଭୁବନେଶ୍ୱର । ୨୦୧୫ରେ ୧୦ ଜୁନ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୪.୦ ହୋଇଥିବା ବେଳେ ୨୦୨୩ରେ ୪୪.୦ ଛୁଇଁଛି । ଆଜି ୨୧ଟି ସହରରେ ୪୪ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିଛି । ଚଳିତ ବର୍ଷ ଓଡ଼ିଶାରେ ତାମାତ୍ରା ୪୬ ଡିଗ୍ରୀ ଅତିକ୍ରମ କରିସାରିଛି । ଏହି କ୍ରମରେ ୨୦୦୩ ଜୁନ ୫ରେ ୫୦.୧ ଛୁଇଁଥିଲା । ତେଣୁ ଏଭଳି ଯଦି ତାପମାତ୍ରା ବୃଦ୍ଧି ହୁଏ ଆଉ ମୌସୁମୀ ବିଳମ୍ବ ହୁଏ ତେବେ ଚଳିତ ବର୍ଷ ସମ୍ପୂର୍ଣ୍ଣ ଓଡ଼ିଶାର ତାପମାତ୍ର ୨୦ ବର୍ଷର ରେକର୍ଡ ଭାଙ୍ଗିବ ବୋଲି ଆଶଙ୍କା କରଯାଉଛି । ଅନ୍ୟପଟେ ଭୀଷଣ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଜି ପାଇଁ ୧୬ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡ଼ିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ,ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର,ବୌଦ୍ଧ, ବଲାଙ୍ଗୀର, ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ସେହିପରି ନୂଆପଡା, କଳାହାଣ୍ଡି, ଗଞ୍ଜାମ, ଯାଜପୁର ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୨୦ ତାରିଖ ଯାଏ ଏହିଭଳି ୱାର୍ଣ୍ଣିଂ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details