ଭୁବନେଶ୍ବର: ଦୁର୍ବଳ ହେଲା ବାତ୍ୟା 'ମିଧିଲି' । ଓଡ଼ିଶା ଉପରେ ଏହାର ପ୍ରଭାବ ନଥିବା ବେଳେ ବର୍ତ୍ତମାନ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ପ୍ରକ୍ରିୟା ସକ୍ରିୟ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଗତକାଲି ଥିବା ବାତ୍ୟା ଦୁର୍ବଳ ହୋଇ ଉତ୍ତର ମଣିପୁର ଅଞ୍ଚଳରେ ଲଘୁଚାପରେ ପରିଣତ ହୋଇଛି । ବର୍ତ୍ତମାନ ରାଜ୍ୟ ଉପରେ ଏହାର କୌଣସି ପ୍ରଭାବ ନାହିଁ ବୋଲି କହିଛି ପାଣିପାଗ ବିଭାଗ ।
ରାଜ୍ୟରେ ଆସନ୍ତା ୨ ଦିନ ପାଗ ଶୁଖିଲା ରହିବା ସହ କୌଣସି ସତର୍କ ସୂଚନା ନାହିଁ ବୋଲି ସୂଚନା ଦିଆଯାଇଛି । ସେପଟେ ପଶ୍ଚିମା-ଝଡ ଏବଂ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟର ୨୦ ଏବଂ ୨୧ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ୨୦ ତାରିଖରେ ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ବାଲେଶ୍ଵର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
ଏହା ମଧ୍ୟ ପଢ଼ନ୍ତୁ......ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା; ଓଡ଼ିଶାକୁ ନାହିଁ ବିପଦ