ଓଡିଶା

odisha

ETV Bharat / state

ପଶ୍ଚିମ ଓଡିଶାକୁ ମୋଦି ଦେଲେନି ମନ୍ତ୍ରୀ; ଉଷ୍ମ ହେଲା ରାଜନୀତି

ମୋଦିଙ୍କ ନବଗଠିତ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇନହାଁନ୍ତି ପଶ୍ଚିମ ଓଡି଼ଶାର କୌଣସି ନେତା । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ବିଜେପିକୁ ସମାଲୋଚନା କରିଥିବା ବେଳେ ବିଜେପି ଦେଇଛି ଜବାବ । ଅନ୍ୟପଟେ ଏହି ପ୍ରସଙ୍ଗରେ ପିସିସ ସଭାପତି ମଧ୍ୟ ରଖିଛନ୍ତି ମନ୍ତବ୍ୟ।

By

Published : May 31, 2019, 10:09 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନରେନ୍ଦ୍ର ମୋଦିଙ୍କ ନୂଆ ଟିମରେ 2 ଜଣ ଓଡିଆ ସାଂସଦଙ୍କୁ ମିଳିଛି ମନ୍ତ୍ରୀପଦ । ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ ପାହ୍ୟା ଓ ବାଲେଶ୍ବର ସାସଂଦ ପ୍ରତାପ ଷଡ଼ଙ୍ଗୀଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ(ସ୍ୱାଧିନ ଦାୟିତ୍ୱ) ପାହ୍ୟା। କିନ୍ତୁ ରାଜ୍ୟ ବିଜେପି ସର୍ବାଧିକ ଲୋକସଭା ଆସନ ଅକ୍ତିଆର କରିଥିବା ପଶ୍ଚିମ ଓଡିଶାରୁ ଜଣେ ହେଲେ ବି ସାଂସଦଙ୍କୁ ମିଳିନି ଆସନ । ଯାହାକୁ ନେଇ ସରଗରମ ହୋଇଛି ରାଜନୀତି ।

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ପଶ୍ଚିମ ଓଡିଶା ପ୍ରତି ଅବହେଳା କରାଯାଇଛି । ଆମେ କେନ୍ଦ୍ରକୁ 5 ଜଣ ସାଂସଦ ଦେଇଥିବା ବେଳେ ଜଣଙ୍କୁ ମଧ୍ୟ ମୋଦି ମନ୍ତ୍ରୀମଣ୍ଡଳାରେ ସାମିଲ ନକରିବା ଦୁର୍ଭାଗ୍ୟଜନ। ସୁଶାନ୍ତ ସିଂଙ୍କ ଆକ୍ଷେପର ଜବାବ୍ ଦେଇ ବିଜେପି ନେତା ପୃଥିରାଜ ହରିଚନ୍ଦନ କହିଛନ୍ତି, ଓଡିଶାକୁ ଭାଗ ଭାଗ କରି ରାଜନୀତି ବିଜେଡି ନ କରୁ । କିଏ ମନ୍ତ୍ରୀ ହେବେ, କେତେଜଣ ହେବେ ତାହା ପ୍ରଧାନମନ୍ତ୍ରୀ ଙ୍କ ଉପରେ ନିର୍ଭର କରେ । ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଏଭଳି ମନ୍ତବ୍ୟ ତାଙ୍କର ମୂର୍ଖାମୀ ପରିଚୟ ବୋଲି କହିଛନ୍ତି ସେ।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେଡି ମଧ୍ୟ କେନ୍ଦ୍ରାପଡା ଜିଲ୍ଲାରୁ କାହାକୁ ମନ୍ତ୍ରୀ କରି ନାହିଁ । ସେମିତି କହିବା ଠିକ ନୁହେଁ । ମନ୍ତ୍ରୀ କିଏ ହେବେ ତାକୁ ନେଇ ରାଜନୀତି ନ ହେଉ ।

ରିପୋର୍ଟ ମୁତାବକ ଚଳିତ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାର 5ଟି ଲୋକସଭା ଆସନରେ ବିଜୟ ବାନା ଉଡା଼ଇଥିଲା । କିନ୍ତୁ ନବଗଠିତ ମନ୍ତ୍ରୀ ମଣ୍ଡଳରେ ଏହି ନେତାଙ୍କ ମଧ୍ୟରୁ କାହାକୁ ମଧ୍ୟ ମୋଦି ସାମିଲ କରିନାହାନ୍ତି। ଯାହାକୁ ନେଇ ପ୍ରଶ୍ନ କରିଥିଲା ବିଜେଡ଼ି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details