ଖୋର୍ଦ୍ଧା:ଜିଲ୍ଲାପାଳଙ୍କ ନାଁରେ ନିର୍ଯାତନା ଅଭିଯୋଗ ଘଟଣା । ଏତଲା ଦେବାର 20 ଦିନ ପରେ ବି ହେଲାନି ମାମଲା ପଞ୍ଜୀକରଣ । ପୋଲିସ ଉପରୁ ଆସ୍ଥା ତୁଟିବା ପରେ ଏବେ କୋର୍ଟର ଆଶ୍ରୟ ନେବେ ବୋଲି କହିଛନ୍ତି ଜିଲାପାଳଙ୍କ ବ୍ଯକ୍ତିଗତ ସହାୟକ ହେମନ୍ତ ଭୋଇ ଏବଂ ତାଙ୍କ ପତ୍ନୀ ।
ସୂଚନା ଅନୁସାରେ, ଗତ ନଭେମ୍ବର 24 ତାରିଖରେ ହେମନ୍ତଙ୍କ ପତ୍ନୀ ସବିତା ନାୟକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଜିଲ୍ଲାପାଳ ହେମନ୍ତଙ୍କୁ ମାନସିକ ନିର୍ଯାତନା ଦେବା ସହ ଶାଲା ଓଡିଆ କୁଛ ନେହିଁ ଜାନତା କହି ଓଡିଆ ବୋଲି ତାଚ୍ଛଲ୍ୟ କରିଥିବା ଅଭିଯୋଗ ହୋଇଥିଲା । ବାରମ୍ବାର ଏପରି ଗାଳି ଗୁଲଜ ହେବା ପରେ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି ବ୍ୟକ୍ତିଗତ ସହାୟକ ହେମନ୍ତ ଭୋଇଙ୍କ ପତ୍ନୀ । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି ମାନସିକ ନିର୍ଯାତନା ଦେଉଥିବା ଏତଲାରେ ଉଲ୍ଲେଖ କରିଛନ୍ତି ସବିତା ନାୟକ । ତେବେ ନିକଟରେ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି ହୋଇ ଆସିଛନ୍ତି ଜିଲ୍ଲାପାଳ କେ ସୁଦର୍ଶନ ।
ଏହା ମଧ୍ୟ ପଢନ୍ତୁ: ସ’ ମିଲ୍ରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପୋଡି ପାଉଁଶ