ଭୁବନେଶ୍ବର: ଚଳିତବର୍ଷ ନଭେମ୍ବର 10 ତାରିଖରେ କୃଷି ବିଭାଗ ପକ୍ଷରୁ ଆୟୋଜନ ହେବ ଇଣ୍ଟରନ୍ୟାସନାଲ କନଭେନ୍ସନ ଅନ ମିଲେଟ । ନଭେମ୍ବର 8 ରୁ 10 ତାରିଖ ଯାଏଁ ମିଲେଟ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ । ଯେଉଁଥିରେ ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞ, ଚାଷୀ, ମିଲେଟ ଜଗତ ସହିତ ଜଡିତ ବ୍ୟକ୍ତିଙ୍କୁ ସାମିଲ ହେବେ । ମିଲେଟକୁ କେବଳ ଚାଷୀଙ୍କ କ୍ଷେତରେ ନୁହେଁ, ଗ୍ରାହକଙ୍କ ଥାଳିରେ ପହଞ୍ଚାଇବାକୁ ଚାହୁଁଛୁ । ମିଲେଟରେ କ୍ଷେତ୍ରରେ ଓଡ଼ିଶା ଏକ ମଡେଲ ରାଜ୍ୟ ହେବ ବୋଲି କହିଛନ୍ତି କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡା. ଅରବିନ୍ଦ ପାଢୀ ।
ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ କହିଛନ୍ତି ଯେ, ମିଲେଟକୁ ନେଇ ଭୁବନେଶ୍ୱରରେ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ ନେଇ ନିଷ୍ପତି ନିଆଯାଇଛି । ଏଥିରେ ମିଲେଟ ଓ ଆନୁଷଙ୍ଗିକ କ୍ଷେତ୍ରର ପ୍ରୋମସନ କରାଯିବ । ଯେଉଁ ସଚେତନତା ଚାଲିଛି, ତାହାକୁ ଆଗାମୀ ଦିନରେ ବ୍ୟାପକ କରିବୁ । ମିଳିତ ଜାତିସଂଘ 2023କୁ ବିଶ୍ୱ ମିଲେଟ ବର୍ଷ ଭାବେ ଘୋଷଣା କରିଛନ୍ତି । ଯେଉଁଥି ପାଇଁ ବିଶ୍ଵବ୍ୟାପୀ ବିଭିନ୍ନ ସ୍ଥାନରେ ଏହା ପାଳନ କରାଯାଉଛି । ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଜାରୀ ରହିଛି । ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ ଯିଏ ଗୋଟେ ଦିନ ମାଣ୍ଡିଆ ପାଇଁ ଉତ୍ସର୍ଗ କରିଛି । ନଭେମ୍ବର 10 କୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଗତ ମାଣ୍ଡିଆ ଦିବସକୁ ରାଜ୍ୟ ସରକାର ବ୍ୟାପକ ଭାବେ ପାଳନ କରିଛନ୍ତି ।
ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ରୀନା ବୋହିଦାର କହିଛନ୍ତି ଯେ, ମିଲେଟ ଜାତୀୟ ଖାଦ୍ୟର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଉଛି । ସଚେତନତା ବଢିବା ଯୋଗୁଁ ମିଲେଟ ଜାତୀୟ ଖାଦ୍ୟର ଆବଶ୍ୟକତା କଣ ଲୋକ ଜାଣୁଛନ୍ତି । ଉପକାରିତା ବାବଦରେ ସଚେତନ ହେବା ସହ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି । ମାଣ୍ଡିଆ, ଲଡୁ, ବିସ୍କୁଟ, କେକ, ବାଦାମ ପକୋଡା, ନିମକୀ, ମିକ୍ସଚରର ବହୁ ପ୍ରକାଶର ସାମଗ୍ରୀ ଉପଲବ୍ଧ ହେଉଛି । ଲୋକଙ୍କ ଆଗ୍ରହ ବଢୁଥିବାରୁ ନୂଆନୂଆ ଫ୍ଲେବରର ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହେଉଛି ।