ଖୋର୍ଦ୍ଧା: ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା । ଏହି କୋରୋନା ଭୁତାଣୁ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିବାରେ ଲାଗିଛି । କୋରୋନା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଚିନ୍ତାରେ ପକାଇଛି । ଏହାର ଭୟାଭୟତାକୁ ନଜରରେ ରଖି ଉଭୟ କେନ୍ଦ୍ର ଏବଂ ଓଡ଼ିଶା ସରକାର ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି ।
ଏହି ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଆୟୋଜନ ହେବାକୁ ଥିବା ମେଳା, ମହୋତ୍ସବ ସହ ସମସ୍ତ ସ୍କୁଲ କଲେଜ ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ କୋରୋନାରେ ଏପର୍ଯ୍ୟନ୍ତ କେହି ଆକ୍ରାନ୍ତ ହୋଇଥିବା ଜଣାପଡିନଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ ରହିବାକୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।