ଓଡିଶା

odisha

By

Published : Jun 27, 2020, 7:44 PM IST

ETV Bharat / state

ବୋଲଗଡର 5 ଗାଁରେ ଜଳ ପାଲଟିଛି ଜହର

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର 5ଟି ଗାଁରେ ପାନୀୟ ଜଳ ପାଲଟିଛି ଜହର । ଫ୍ଲୋରାଇଡ଼ ମିଶା ଜଳ ପିଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ବୋଲଗଡର 5 ଗାଁରେ ଜଳ ପାଲଟିଛି ଜହର
ବୋଲଗଡର 5 ଗାଁରେ ଜଳ ପାଲଟିଛି ଜହର

ଖୋର୍ଦ୍ଧା: ବୋଲଗଡ ବ୍ଳକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର 5ଟି ଗାଁରେ ବିଶୁଦ୍ଧ ପାନୀୟ ଜଳ ଲୋକଙ୍କ ପାଇଁ ସାତସପନ ହୋଇଛି । ବାଳସିଂହ, ଗୋଡିଆଳି, ଜରପଡା, ବାରଦାଣ୍ଡି ଓ ସିଂହପୁର ପାନୀୟଜଳ ଏବେ ଜହର ପାଲିଟି ଯାଇଛି ।

ବୋଲଗଡର 5 ଗାଁରେ ଜଳ ପାଲଟିଛି ଜହର

ସ୍ଥାନୀୟ ଅଞ୍ଚଳରେ ଜଳରେ ଫ୍ଲୋରାଇଡ଼ର ମାତ୍ରା ଅଧିକ ଥିବାରୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସେହି ଜଳକୁ ବ୍ୟବହାର ନକରିବା ପାଇଁ କୁହାଯାଇଥିଲା । ହେଲେ ବିକଳ୍ପ ପାନୀୟଜଳର ବ୍ୟବସ୍ଥା ନଥିବାରୁ ଫ୍ଲୋରାଇଡ଼ ମିଶା ଜଳ ପିଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଫଳରେ କିଡନୀ, ବାତ ଓ ଦାନ୍ତରୋଗର ସମ୍ମୁଖୀନ ହେଉଛନ୍ତି ଏମାନେ । ଜଳରେ ଫ୍ଲୋରାଇଡ଼ ଥିବା ଏହି ପାଞ୍ଚଟି ଗାଁକୁ ସରକାର ବିଶୁଦ୍ଧ ପାନୀୟଜଳ ଯୋଗାଇବାକୁ ଦାବି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details