ଓଡିଶା

odisha

By

Published : Jul 22, 2023, 9:17 AM IST

ETV Bharat / state

WALMI: ମନ୍ତ୍ରୀଙ୍କ ୱାଲମି ପରିଦର୍ଶନ, ଜଳସେଚନର ସୁଯୋଗ ନେଇ ସ୍ୱାବଲମ୍ବୀ ହେବାକୁ ପରାମର୍ଶ

କଟକ ପ୍ରତାପନଗରୀ ଜଳ ଓ ଭୂ-ପରିଚାଳନା ପ୍ରତିଷ୍ଠାନ ବା ଓ୍ୱାଲମି ପରିଦର୍ଶନ କରିଛନ୍ତି ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ

Water And Land Management Institute
Water And Land Management Institute

ଭୁବନେଶ୍ବର:ଗତକାଲି(ଶୁକ୍ରବାର) କଟକ ପ୍ରତାପନଗରୀ ସ୍ଥିତ ଜଳ ଓ ଭୂ-ପରିଚାଳନା ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଓ୍ୱାଲମି (WALMI)ର ବିଭିନ୍ନ ପ୍ରଶିକ୍ଷଣ ଶ୍ରେଣୀ ଗୃହ, ସମ୍ମିଳନୀ କକ୍ଷ ଓ ପ୍ରଶାସନିକ କୋଠା ପରିଦର୍ଶନ କରି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ସେଠାରେ ପ୍ରଶିକ୍ଷଣ ନେଉଥିବା ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ପାଣି ପଞ୍ଚାୟତ ସଦସ୍ୟ ତଥା କୃଷକମାନଙ୍କ ସହିତ ମନ୍ତ୍ରୀ ଆଲୋଚନା କରିଛନ୍ତି । ସେହିପରି ଜଳସେଚନ ମାଧ୍ୟମରେ କୃଷି କ୍ଷେତ୍ରରୁ ସେମାନେ ଦୁଇଗୁଣା ଧାନ ଉତ୍ପାଦନ କରୁଥିବା ଜାଣି ସେ ଖୁସି ବ୍ୟକ୍ତ କରିଛନ୍ତି ।

Water And Land Management Institute

ତେବେ ପରିଦର୍ଶନ ସମୟରେ ମନ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ସୁଧନ୍ୟା ଚନ୍ଦ୍ର ପାତ୍ର, ଉପନିର୍ଦ୍ଦେଶକ ଓ୍ୱାଲମୀ ରସୋଲ ଜୋଜୋ ଓ ଅନ୍ୟ ପ୍ରଶିକ୍ଷକ ଓ ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ସେମାନଙ୍କୁ ପ୍ରଶିକ୍ଷଣ ପରିପ୍ରେକ୍ଷୀରେ ଆବଶ୍ୟକ ପରାମର୍ଶ ଦେଇଛନ୍ତି । ପାଣି ପଞ୍ଚାୟତ ସଦସ୍ୟ ସଦସ୍ୟାମାନେ ଯେପରି ଅଧିକ ଉପକୃତ ହୋଇପାରିବେ ତେଣୁ ସେ ସଂପର୍କରେ ମନ୍ତ୍ରୀ ଓ୍ୱାଲମୀ ତରଫରୁ ବିଭିନ୍ନ ଜିଲ୍ଲାସ୍ତରରେ ପ୍ରଶିକ୍ଷଣ ଦିଆଯିବାକୁ ଗୁରୁତ୍ୱାରୋପ କରିଛନ୍ତି । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ କମ୍ପ୍ୟୁଟର ବିଜ୍ଞାନ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇ ପ୍ରଶିକ୍ଷଣ ନେଉଥିବା ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ ସାନଭମା ଗ୍ରାମ ପଞ୍ଚାୟତ କିନିଡି ଗ୍ରାମର ଉତ୍ସାହୀ ଯୁବକ ଦିନେଶ କୁମାର ତୁଳଙ୍କ ସହ କଥା ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଜଳ ସମ୍ପଦ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମିଳୁନି ପାଣି, ରାଜରାସ୍ତାରେ ମହିଳା

ଏହା ମଧ୍ୟ ପଢନ୍ତୁ- ଲକ୍ଷେ 60 ହଜାର ଊର୍ଦ୍ଧ୍ବ ପାଣି ପଞ୍ଚାୟତ କର୍ମୀଙ୍କୁ ପ୍ରଶିକ୍ଷଣ ଦେଇଛି ୱାଲ୍ମୀ

ଅନ୍ୟପଟେ ଉଚ୍ଚ ଶିକ୍ଷିତ ଦିନେଶ କୁମାର ତୁଲା ବୈଷୟିକ ଜ୍ଞାନ ଉପଯୋଗ ମାଧ୍ୟମରେ ପାଣି ପଞ୍ଚାୟତ ସଦସ୍ୟମାନଙ୍କୁ କିପରି ପ୍ରଶିକ୍ଷଣ ଓ ଉନ୍ନତ ଚାଷ କରିବାରେ ସହାୟତା କରୁଛନ୍ତି ତାହା ଜାଣିବାକୁ ପାଇଥିବା ବେଳେ ଦିନେଶ କୁମାର ତୁଳ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ଅନ୍ୟ ଯୁବ କୃଷକମାନଙ୍କୁ କୃଷି କାର୍ଯ୍ୟ ପ୍ରତି ଆନ୍ତରିକତା ପ୍ରକାଶ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଛନ୍ତି । ସେହିପରି ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସର୍ବଦା କୃଷକମାନଙ୍କ ଉନ୍ନତି ପାଇଁ ଜଳସେଚନକୁ ପ୍ରାଥମିକତା ଦେଉଛନ୍ତି । ଏହାର ସୁଯୋଗ ଯୁବ କୃଷକମାନେ ନେବା ଆବଶ୍ୟକ ବୋଲି କହି ସେ ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି ।

ABOUT THE AUTHOR

...view details