ଓଡିଶା

odisha

ETV Bharat / state

ଜଳ ପାଲଟିଛି ଜହର ! ଗାଁରେ ବଢୁଛି କିଡନୀ ରୋଗୀଙ୍କ ସଂଖ୍ୟା - ବଢୁଛି କିଡନୀ ରୋଗୀଙ୍କ ସଂଖ୍ୟା

ବୋଲଗଡ ବ୍ଲକ ଅଧିନ କଡବ ପଞ୍ଚାୟତର ବୋରିକ ନୂଆଗାଁରେ ପାନୀୟ ଜଳରର ଘୋର ସଙ୍କଟ, ଦୂଷିତ ଜଳ ପିଇ କିଡନୀ ରୋଗରେ ଆକ୍ରାନ୍ତ ଅନେକ ଲୋକ । ଅଧିକ ପଢନ୍ତୁ...

ଜଳ ପାଲଟିଛି ଜହର :ଗାଁରେ ବଢୁଛି କିଡନୀ ରୋଗୀଙ୍କ ସଂଖ୍ୟା
ଜଳ ପାଲଟିଛି ଜହର :ଗାଁରେ ବଢୁଛି କିଡନୀ ରୋଗୀଙ୍କ ସଂଖ୍ୟା

By

Published : Aug 8, 2021, 10:47 AM IST

ଖୋର୍ଦ୍ଧା:ସଦର ମହକୁମା ଠାରୁ ମାତ୍ର 30 କିମି ଦୂରରେ ଥିବା ବୋଲଗଡ ବ୍ଲକ ଅଧିନ କଡବ ପଞ୍ଚାୟତର ବୋରିକ ନୂଆଗାଁ । 30ରୁ ଊର୍ଦ୍ଧ୍ଵ ପରିବାର ଏହି ଗାଁରେ ବସବାସ କରନ୍ତି । ଆଉ ଗାଁର ବଡ଼ ସମସ୍ୟା ପାଲଟିଛି ଏବେ ପାନୀୟଜଳ । ଗାଁରେ ତିନୋଟି ନଳକୂପରୁ ଗୋଟିଏ ସମ୍ପୂର୍ଣ୍ଣ ଅଚଳାବସ୍ଥାରେ ଥିବା ବେଳେ ୨ଟି ନଳକୂପରୁ ପାଣି ବାହାରୁଛି । ହେଲେ ତାହା ପିଇବା ପାଇଁ ଯୋଗ୍ୟ ନୁହେଁ । ଏହି ଦୁଇଟି ନଳକୂପରୁ ବିଷାକ୍ତ ପାଣି ବାହାରୁଥିବାରୁ ଏହାକୁ ବ୍ୟବହାର କରି ଗାଁର ଅନେକ ବ୍ୟକ୍ତି ଏବେ କିଡନୀ ରୋଗରେ ମୃତ୍ୟୁବରଣ କରିଛନ୍ତି । ଆଉ ଏବେ ମଧ୍ୟ ବହୁ ପୁରୁଷ ଓ ମହିଳା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ପଡି ରହିଛନ୍ତି ।

ଜଳ ପାଲଟିଛି ଜହର :ଗାଁରେ ବଢୁଛି କିଡନୀ ରୋଗୀଙ୍କ ସଂଖ୍ୟା

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଏହି ଗାଁରେ ଖାଲି ଜଳ ସଙ୍କଟ ନୁହେଁ, ଜଳ ସଙ୍କଟ ବ୍ୟତୀତ ଗାଁରେ ରହିଛି ଅନେକ କିଛି ସମସ୍ୟା । ଗାଁରେ ଏବେ ପଶୁ ଡାକ୍ତର ଖାନା ପାଲଟିଛି ଭୂତ କୋଠରୀ । ଏହା ବ୍ୟତୀତ ବିଦ୍ୟାଳୟ ଗୃହ ସାଙ୍ଗକୁ ଅଙ୍ଗନବାଡ଼ି କେନ୍ଦ୍ରର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା ବାହାର କରି ଡିଣ୍ଡିମ ପିଟୁଛନ୍ତି । ଆଉ ଏପଟେ ବିଭାଗୀୟ ଅଧିକାରୀ କେବଳ କାଗଜ କଲମରେ ନିଜର କାର୍ଯ୍ୟ କରୁଥିବା ବେଳେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଏବେ କୋମାରେ ରହିଛି । ତେବେ ପ୍ରଶାସନ ପକ୍ଷରୁ ଏହି ନୂଆଗାଁକୁ ସ୍ୱଚ୍ଛ ପାନୀୟ ଜଳ ନ ଯୋଗାଇଲେ ଆଗାମୀ ଦିନରେ କେତେ ଯେ କିଡନୀ ରୋଗରେ ଆକ୍ରାନ୍ତ ହେବେ ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ।

ସରକାରଙ୍କ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରହସନ ପାଲଟିଛି ବୋରିକ ନିଆଗାଁ ଲୋକଙ୍କ ପାଇଁ । ତେବେ ସରକାର ଏଠାରେ ସମସ୍ୟା ନଜରକୁ ନେଇ କେବେ ସମସ୍ୟାର ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details