ଖୋର୍ଦ୍ଧା: ଜିଲ୍ଲାର ବେଗୁନିଆ ବ୍ଲକର ଶୀମୋର ପଞ୍ଚାୟତର କାନ୍ଥରେ ବିଭିନ୍ନ ରଙ୍ଗ ବେରଙ୍ଗର ଚିତ୍ର ଅଙ୍କନ କରାଯାଇଛି । ଯାହାକି କୋରୋନା ସଚେତନତା ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ସମସ୍ୟା ସଂପର୍କରେ ବାର୍ତ୍ତା ବାଣ୍ଟିବା ସହିତ ଲୋକମାନଙ୍କୁ ପ୍ରଭାବିତ କରୁଥିବା ଦେଖିବାକୁ ମିଳୁଛି ।
ସଚେତନତାର ବାର୍ତ୍ତା ବାଣ୍ଟୁଛି ଶୀମୋର ପଞ୍ଚାୟତର କାନ୍ଥ ବଡ ବଡ ସହରମାନଙ୍କର ଉଚ୍ଚ ପାଚେରୀରେ ଏଭଳି କଳାକୃତି ଦେଖିବାକୁ ମିଳିଥାଏ । ଯାହାକି ସହରର ସୌନ୍ଦର୍ଯ୍ୟ ବଢାଇବା ସହିତ ଲୋକମାନଙ୍କୁ ବିଭିନ୍ନ ପ୍ରକାର ବାର୍ତ୍ତା ପ୍ରେରଣ କରିଥାଏ । ତେବେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶୀମୋର ପଞ୍ଚାୟତରେ ଏଭଳି ଏକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇ କାନ୍ଥଗୁଡିକରେ ସଚେତନତା ଧର୍ମୀ ଚିତ୍ର ଅଙ୍କନ କରାଯାଇଛି ।
ସଚେତନତାର ବାର୍ତ୍ତା ବାଣ୍ଟୁଛି ଶୀମୋର ପଞ୍ଚାୟତର କାନ୍ଥ ପାଇକ ବିଦ୍ରୋହ, କାଞ୍ଚି ଅଭିଯାନ,ଜଳ ସଂରକ୍ଷଣ, ସ୍ବଚ୍ଛ ଭାରତ, ଵୃକ୍ଷ ସମ୍ପଦଠାରୁ ଆରମ୍ଭ କରି ବର୍ତ୍ତମାନର ବଡ ସମସ୍ୟା କୋରୋନା ମହାମାରୀଠାରୁ ରକ୍ଷା ପାଇବା ପାଇଁ ଗ୍ରହଣ କରିବା ପଦକ୍ଷେପ ଆଦି ସଂପର୍କରେ ଲୋକମାନଙ୍କୁ ଚିତ୍ର ମାଧ୍ୟମରେ ସଚେତନତା ବାର୍ତ୍ତା ଦିଆଯାଇଛି । ଏହି ଚିତ୍ରଗୁଡିକ ଆମ କଳା, ସଂସ୍କୃତି ଓ ଐତିହ୍ୟକୁ ମନେ ପକାଇ ଦେଉଛି । ଚିତ୍ରକଳା ଏତେ ସୁନ୍ଦର ଯେ ଏହି ରାସ୍ତା ଦେଇ ଯାଉଥିବା ଲୋକମାନେ ଏଠାରେ ସେଲ୍ଫି ନେଉଥିବା ଦେଖିବାକୁ ମିଳୁଛି । ଗ୍ରାମ ପଞ୍ଚାୟତକୁ ନିଆରା କରିବା ପାଇଁ ଏପରି ପଦକ୍ଷେପ ହାତକୁ ନେଇଥିବା ଶୀମୋର ସରପଞ୍ଚ ସରୋଜିନୀ ଖୁଣ୍ଟିଆ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ