ଓଡିଶା

odisha

ETV Bharat / state

Diabetes Awareness: ଅବହେଳା ଯୋଗୁଁ ମଧୁମେହ ସଂଖ୍ୟା ବୃଦ୍ଧି ପାଉଛି: ଭୁବନେଶ୍ୱର ଏମ୍ସ - ଏମ୍ସ ଭୁବନେଶ୍ୱର

ଅବହେଳା ଯୋଗୁଁ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସଚେତନ ରହିଲେ ଏହାକୁ ଯଥା ସମ୍ଭବ ରୋକି ହେବ । ସଚେତନା ପାଇଁ ଏମ୍ସ ଭୁବନେଶ୍ୱର ପକ୍ଷରୁ ୱାକାଥନ ମାଧ୍ୟମରେ ମଧୁମେହ ଚିକିତ୍ସା ସଚେତନତା କରାଯାଇଛି । ଅଧିକ ପଢନ୍ତୁ

Diabetes Awareness: ଅବହେଳା ଯୋଗୁଁ ମଧୁମେହ ସଂଖ୍ୟା ବୃଦ୍ଧି ପାଉଛି: ଏମ୍ସ ନିର୍ଦ୍ଦେଶକ
Diabetes Awareness: ଅବହେଳା ଯୋଗୁଁ ମଧୁମେହ ସଂଖ୍ୟା ବୃଦ୍ଧି ପାଉଛି: ଏମ୍ସ ନିର୍ଦ୍ଦେଶକ

By

Published : Nov 17, 2022, 9:36 PM IST

ଭୁବନେଶ୍ବର: ଅବହେଳା ଯୋଗୁଁ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସଚେତନ ରହିଲେ ଏହାକୁ ଯଥା ସମ୍ଭବ ରୋକି ହେବ । ସଚେତନା ପାଇଁ ଏମ୍ସ ଭୁବନେଶ୍ୱର ପକ୍ଷରୁ ୱାକାଥନ ମାଧ୍ୟମରେ ମଧୁମେହ ଚିକିତ୍ସା ସଚେତନତା କରାଯାଇଛି। ଏହା ସହ ଏମ୍ସ ପକ୍ଷରୁ ମାଗଣା ରକ୍ତ ସର୍କରା ଯାଞ୍ଚ ଏବଂ ଜନସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି ।

ମଧୁମେହ ନିୟନ୍ତ୍ରଣ ତଥା ମଧୁମେହ ସମ୍ବନ୍ଧୀୟ ଜଟିଳତାକୁ ରୋକିବା ପାଇଁ ଉପଯୁକ୍ତ ଚିକିତ୍ସା, ପୁଷ୍ଟିକର ଖାଦ୍ୟ, ନିୟମିତ ବ୍ୟାୟାମ, ଇନସୁଲିନର ସଠିକ ପ୍ରୟୋଗ ଏବଂ କ୍ରମାଗତ ଗ୍ଲୁକୋଜ ମନିଟରିଂ (ସିଜିଏମ) ର ବ୍ୟବହାର ହେଉଛି ପ୍ରମୁଖ ମାଧ୍ୟମ।

ଏହାବି ପଢନ୍ତୁ- World Prematurity Day: ବିଶ୍ବରେ ପ୍ରତି 10 ଶିଶୁଙ୍କ ମଧ୍ୟରୁ ଜଣେ ଆଗୁଆ ଜନ୍ମ ନେଉଛି

ଆଜି ଏମ୍ସ ଭୁବନେଶ୍ୱର ପକ୍ଷରୁ “ଆସନ୍ତାକାଲିର ସୁରକ୍ଷା ପାଇଁ ଶିକ୍ଷା” ଶୀର୍ଷକ ବିଷୟ କୁ ନେଇ ଆୟୋଜିତ ୱାକାଥନ ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡା. ଆଶୁତୋଷ ବିଶ୍ୱାସ ଏପରି ମତ ରଖିଛନ୍ତି । ଏହି ପଦଯାତ୍ରାରେ ଡାକ୍ତର, ମେଡିକାଲ ଏବଂ ନର୍ସିଂ ଛାତ୍ରଛାତ୍ରୀ ତଥା ଅନୁଷ୍ଠାନର ଏନଏସଏସ ସ୍ବେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ । ଏମ୍ସରେ ମଧୁମେହ ପାଇଁ ଉତ୍ସର୍ଗୀକୃତ ଏଣ୍ଡୋକ୍ରାଇନୋଲୋଜି ୟୁନିଟ ସହିତ ଅନ୍ୟାନ ସୁବିଧା ଉପଲବ୍ଧ ରହିଛି ।

ଏହାବି ପଢନ୍ତୁ- National Epilepsy Day: ଅଛୁଆଁ ରୋଗ ନୁହେଁ ଅପସ୍ମାର, ରୋଗୀଙ୍କୁ ବଢାନ୍ତୁ ସହାୟତାର ହାତ

ଯଦି କେହି ମଧୁମେହ ରୋଗରେ ଆକ୍ରାନ୍ତ ବୋଲି ସନ୍ଦେହ କରନ୍ତି ତେବେ ସେମାନେ ଏମ୍ସ ଭୁବନେଶ୍ୱରରେ ଥିବା ଏନସିଡି କ୍ଲିନିକରେ ନିଜକୁ ଯାଞ୍ଚ କରିପାରିବେ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବିଶ୍ୱାସ ସୂଚନା ଦେଇଛନ୍ତି । ଏହି ୱାକାଥନ ବିଜୁ ପଟ୍ଟନାୟକ ପୋଲିସ ଟ୍ରେନିଂ ଏକାଡେମୀ ନିକଟରୁ ଆରମ୍ଭ ହୋଇ ଏମ୍ସ ପରିସରରେ ଶେଷ ହୋଇଥିଲା । ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହିତ ଡ. ବିଶ୍ୱାସ ମଧ୍ୟ ୱାକାଥନରେ ଯୋଗ ଦେଇଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ୱରର ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ଡ. କିଶୋର କୁମାର ବେହେରା ଲୋକଙ୍କୁ ମଧୁମେହ ଚିକିତ୍ସା ସୁବିଧା ବିଷୟରେ ଅବଗତ କରାଇଥିଲେ । ଏହି ବିଭାଗ ପ୍ରତି ସପ୍ତାହରେ ପ୍ରାୟ 200 ରୁ 250 ମଧୁମେହ ରୋଗୀଙ୍କୁ ସେବା ଯୋଗାଇବାରେ ନିୟୋଜିତ ଅଛି ବୋଲି ଡକ୍ଟର ବେହେରା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details