ଓଡିଶା

odisha

ETV Bharat / state

ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ; ୱାକାଥନ ସହ ଗଡ଼ିଲା ସଚେତନତା ରଥ - Road Safety Awareness

Road Safety week: ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହରେ ଅନୁଷ୍ଠିତ ହେଲା ୱାକାଥନ । ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସୂଚନା ପୁସ୍ତିକା ଉନ୍ମୋଚନ ସହ ପିକ୍‌ନିକ୍‌/ତୀର୍ଥସ୍ଥାନକୁ ଯାଉଥିବା ଗାଡିମାନଙ୍କ ପାଇଁ ଜାରି ହେଲା SOP । ଅଧିକ ପଢ଼ନ୍ତୁ

ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ
ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ

By ETV Bharat Odisha Team

Published : Jan 1, 2024, 9:41 PM IST

ଭୁବନେଶ୍ବର: ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ବରସ୍ଥିତ କିଟ୍‌ ପରିସରରୁ ଏକ ୱାକାଥନ୍‌ ବାହାରି ଚନ୍ଦ୍ରଶେଖରପୁରସ୍ଥିତ ଡ୍ରାଇଭିଂ ଟେଷ୍ଟ ଟ୍ରାକ୍‌ ପର୍ଯ୍ୟନ୍ତ ଯାଇଥିଲା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ, ପରିବହନ କମିଶନର ଅମିତାଭ ଠାକୁର, ଅତିରିକ୍ତ ପରିବହନ କମିଶନର ଲାଲ ମୋହନ ସେଠୀ, ଯୁଗ୍ମ ପରିବହନ କମିଶନର ପ୍ରଦୀପ କୁମାର ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିବା ସହ ସର୍ବଦା ଟ୍ରାଫିକ୍‌ ନିୟମ ପାଳନ ଉପରେ ଗୁରୁତ୍ବାରୋପ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, "ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ସଚେତନ ଓ ସତର୍କ ହେଲେ ଦୁର୍ଘଟଣାକୁ ଅନେକାଂଶରେ ରୋକା ଯାଇପାରିବ । ସଡକ ସୁରକ୍ଷା କେବଳ ବ୍ୟକ୍ତିଙ୍କ ସୁରକ୍ଷା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସେମାନଙ୍କ ପରିବାରର ତଥା ଅନ୍ୟ ସଡକ ବ୍ୟବହାରକାରୀଙ୍କ ସୁରକ୍ଷା ସହ ମଧ୍ୟ ଜଡିତ ।" ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି, "ସଡକ ନିରାପତ୍ତାର ଗୁରୁତ୍ବ ବିଷୟରେ ସମସ୍ତ ନାଗରିକଙ୍କୁ ସଚେତନ କରିବା ପାଇ ପରିବହନ ବିଭାଗ କାର୍ଯ୍ୟ କରିଆସୁଛି । ଟ୍ରାଫିକ ନିୟମ ପାଳନ କରିବା ସମସ୍ତ ସଡକ ବ୍ୟବହାରକାରୀଙ୍କ ଦାୟୀତ୍ବ ଅଟେ । ଯାହା ଶେଷରେ ସମସ୍ତଙ୍କ ପାଇ ଏକ ସୁରକ୍ଷିତ ରାସ୍ତା ନିଶ୍ଚିତ କରିବ ।" ଜୀବନର ପ୍ରତ୍ୟେକ ସ୍ତରରେ ଶୃଙ୍ଖଳା ରକ୍ଷା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ଏହାଦ୍ବାରା ଅନେକ ବିପତ୍ତିରୁ ଜଣେ ବର୍ତ୍ତି ଯାଇପାରିବ ।

ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ

ଏହା ମଧ୍ୟ ପଢ଼ନ୍ତୁ...ହେଲମେଟ ନପିନ୍ଧିଲେ ସରକାରୀ ଅଫିସ ମନା, ସଡ଼କ ସୁରକ୍ଷା ସପ୍ତାହରେ ନୂଆ ନିୟମ

ସେହିଭଳି ପରିବହନ କମିଶନର ଅମିତାଭ ଠାକୁର ମଧ୍ୟ ସଡ଼କ ସୁରକ୍ଷା ସପ୍ତାହ ପାଳନର ଆବଶ୍ୟକତା ଉପରେ ମତ ଦେଇଛନ୍ତି । ଆମର ଦୈନନ୍ଦିନ ଜୀବନରେ ସଡକ ସୁରକ୍ଷାର ଗୁରୁତ୍ବ ସେ ଦର୍ଶାଇଛନ୍ତି । ସାଙ୍ଗ ସାଥୀ ଏବଂ ପରିବାର ମଧ୍ୟରର ସଡକ ସୁରକ୍ଷା ସରେତନତା ସୃଷ୍ଟି କରିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ସେ କହିଛନ୍ତି । ଜନସାଧାରଣଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା ସୃଷ୍ଟି କରିବାକୁ ପ୍ରତ୍ୟେକ ବର୍ଷ ଜାନୁଆରୀର ପ୍ରଥମ ସପ୍ତାହ ଅର୍ଥାତ ୧ ଜାନୁଆରୀ ୭ ଜାନୁଆରୀ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ଭାବରେ ଘୋଷଣା ହୋଇଛି । ଚଳିତବର୍ଷ ବିଷୟବସ୍ତୁ ହେଉଛି ସଡକ ସୁରକ୍ଷା, ପରିବାର ରକ୍ଷା । ଚଳିତବର୍ଷର ସଡ଼କ ସୁରକ୍ଷା ସପ୍ତାହ ଅବସରରେ ସଚେତନତା ରଥ ଅତିଥି ମାନେ ଶୁଭରମ୍ଭ କରିଛନ୍ତି । ଯାହା ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ବିଭିନ୍ନ ସଡକ ସୁରକ୍ଷା ପ୍ରସଙ୍ଗ ଉପରର ସମଗ୍ର ଜିଲ୍ଲାରେ ସଚେତନତା ସୃଷ୍ଟି କରିବା ପାଇଁ ଭ୍ରମଣ କରିବ ।

ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ

ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସୂଚନା ପୁସ୍ତିକା ମଧ୍ୟ ଉନ୍ମୋଚିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପିକ୍‌ନିକ୍‌/ତୀର୍ଥସ୍ଥାନକୁ ଯାଉଥିବା ଗାଡିମାନଙ୍କ ପାଇଁ ଏକ SOP ମଧ୍ୟ ଉନ୍ମୋଚିତ ହୋଇଛି । ଯେଉଁଥିରେ ଆର୍‌ଟିଓ, ପୋଲିସ, ବସ ମାଲିକ ଏବଂ ବସ ଡ୍ରାଇଭର ଓ ବିଭିନ୍ନ ହିତାଧିକାରୀଙ୍କ ଭୂମିକା ବିଷୟରେ ଦର୍ଶାଯାଇଛି । ରାମ ମନ୍ଦିର ଓ ଧଉଳି ନିକଟରେ ପଥପ୍ରାନ୍ତ ନାଟକ କରାଯାଇ ସଚେତନତା ସୃଷ୍ଟି କରାଯାଇଛି । କାର୍ଯ୍ୟକ୍ରମରେ ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ, ସନତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ପରିବହନ କମିଶନର (ସଡକ ସୁରକ୍ଷା) ଲାଲମୋହନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details