ଖୋର୍ଦ୍ଧା: ଖୋର୍ଦ୍ଧା ଉପଖଣ୍ଡରେ ଶାନ୍ତିଶୃଙ୍ଖଳାରେ ଚାଲିଛି ଦ୍ବିତୀୟ ପର୍ଯାୟ ସମବାୟ ନିର୍ବାଚନ । ଗତ ୧୯ ତାରିଖରେ ପ୍ରଥମ ପର୍ଯାୟ ମତଦାନ ହୋଇଥିବାବେଳେ, ଆଜି(ରବିବାର) ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେଉଛି। ଏହି ନିର୍ବାଚନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଛି ଯାହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଆଜି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ବୋଲଗଡ଼, ଖୋର୍ଦ୍ଧା ସଦର, ଟାଙ୍ଗି, ଚିଲିକା ଓ ବାଣପୁର ଅଞ୍ଚଳର ମୋଟ ୨୨ଟି ସମବାୟ ସମିତି, ୧୯୬ଟି ଜୋନରେ ୪୦୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଥିବା ବେଳେ ୪୨୭୯୪ଜଣ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି ।
Cooperative Elections: ଖୋର୍ଦ୍ଧାରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ସମବାୟ ନିର୍ବାଚନ - ଦ୍ବିତୀୟ ପର୍ଯ୍ୟାୟ ସମବାୟ ନିର୍ବାଚନ
ଖୋର୍ଦ୍ଧା ଉପଖଣ୍ଡରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ସମବାୟ ନିର୍ବାଚନ । ଏହି ନିର୍ବାଚନ ସକାଳ 7ରୁ ମତଦାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ
Cooperative elections:ଖୋର୍ଦ୍ଧାରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ସମବାୟ ନିର୍ବାଚନ
ସେହିପରି ନିର୍ବାଚନକୁ ଅବାଧ ଓ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସମସ୍ତ ମତଦାନ କେନ୍ଦ୍ରରେ ପୋଲିସ ନିୟୋଜିତ ହୋଇଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା
Last Updated : Jun 26, 2022, 11:03 AM IST