ଓଡିଶା

odisha

ETV Bharat / state

ଇଭିଏମ ତ୍ରୁଟି, ରାତି 9ଟା ଯାଏଁ ହେଲା ମତଦାନ - KHORDHA

ଇଭିଏମ ମେସିନରେ ତ୍ରୁଟି ଓ ଇଭିଏମ ପରିଚାଳନାରେ ଅପାରଗତା ଭୋଟ ଗ୍ରହଣକୁ ବିଳମ୍ବିତ କରିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆଜି ଏହି ଭଳି ଦୃଶ୍ୟ ବିଭିନ୍ନ ସ୍ଥାନରେ ଦେଖାଦେଇଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

By

Published : Apr 23, 2019, 10:50 PM IST

ଖୋର୍ଦ୍ଧା: ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଥିଲା ସଂଧ୍ୟା 6ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । ମାତ୍ର ଇଭିଏମ ମେସିନରେ ତ୍ରୁଟି ଓ ଇଭିଏମ ପରିଚାଳନାରେ ଅପାରଗତା ଭୋଟ ଗ୍ରହଣକୁ ବିଳମ୍ବିତ କରିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆଜି ଏହି ଭଳି ଦୃଶ୍ୟ ବିଭିନ୍ନ ସ୍ଥାନରେ ଦେଖାଦେଇଛି । ତେବେ ଖୋର୍ଦ୍ଧାରେ ମଧ୍ୟ ସମାନ କାରଣ ପାଇଁ ବିଲମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ଭୋଟଗ୍ରହଣ ହୋଇଥିଲା ।

ତେବେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର 34ନମ୍ବର ବୁଥରେ ଦେଖାଦେଇଥିଲା ଏଭଳି ଦୃଶ୍ୟ । ଉକ୍ତ ନିର୍ବାଚନମଣ୍ଡଳୀରେ 1 ହଜାର 406 ଭୋଟର ରହିଛନ୍ତି । ମାତ୍ର ଅଛି ଗୋଟିଏ ପୁଲିଂ ବୁଥ୍‌ । 45କିମି ଦୂର ଗ୍ରାମରୁ ମଧ୍ୟ ଲୋକେ ଧାଇଁ ଆସିଥିଲେ ଭୋଟ ଦେବାକୁ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

କିନ୍ତୁ ମଧ୍ୟାହ୍ନ ସମୟରେ ଇଭିଏମ ମେସିନରେ ତ୍ରୁଟି ଦେଖାଦେବାରୁ କିଛି ସମୟ ଧରି ଭୋଟ ଗ୍ରହଣ ବନ୍ଦ ରହିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପଟେ ମେସିନରେ ତ୍ରୁଟି ସହ ଇଭିଏମ ପରିଚାଳନାରେ ଆସିଥିବା କର୍ମୀଙ୍କ ଅପାରଗତା ପାଇଁ ଭୋଟ ଗ୍ରହଣ ବିଲମ୍ବିତ ହୋଇଛି ବୋଲି ଅଭିଯୋଗ ବାଢିଛନ୍ତି ଅନ୍ୟ କିଛି ଲୋକେ । ଫଳରେ କିଛି ଲୋକେ ବିଳମ୍ବରେ ଭୋଟ ଦେଇ ନପାରି ଫେରି ଯାଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details