ଓଡିଶା

odisha

ETV Bharat / state

ଉଚ୍ଚ ଶିକ୍ଷା ଦେବ ଇ-ଲେକ୍ଚର୍ସ; 'ଯୁଗ ବଦଳିବା ସହ ବଦଳୁଛି ଟେକ୍ନୋଲୋଜି ' - Virtual Tutorial Platform

E Lectures: ଭରର୍ଚ୍ଚୁଆଲ୍ ମୋଡରେ ଆରମ୍ଭ ହେବ ୧୧ ବିଷୟର ପାଠ୍ୟକ୍ରମ । ଏହା https://vtputkal.odisha.gov.inରେ ଉପଲବ୍ଧ ହେବ । ଉପକୃତ ହେବେ ରାଜ୍ୟର ବହୁ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଉଚ୍ଚ ଶିକ୍ଷା ଦେବ ଇ-ଲେକ୍ଚର୍ସ; 'ଯୁଗ ବଦଳିବା ସହ ବଦଳୁଛି ଟେକନୋଲୋଜି '
ଉଚ୍ଚ ଶିକ୍ଷା ଦେବ ଇ-ଲେକ୍ଚର୍ସ; 'ଯୁଗ ବଦଳିବା ସହ ବଦଳୁଛି ଟେକନୋଲୋଜି '

By ETV Bharat Odisha Team

Published : Jan 13, 2024, 7:07 PM IST

ଉଚ୍ଚ ଶିକ୍ଷା ଦେବ ଇ-ଲେକ୍ଚର୍ସ; 'ଯୁଗ ବଦଳିବା ସହ ବଦଳୁଛି ଟେକନୋଲୋଜି '

ଭୁବନେଶ୍ୱର:ଉଚ୍ଚ ଶିକ୍ଷା ଦେବ ଇ-ଲେକ୍ଚର୍ସ । ଭର୍ଚ୍ଚୁଆଲ ମୋଡରେ ଆରମ୍ଭ ହେବ ୧୧ ବିଷୟର ପାଠ୍ୟକ୍ରମ । ଏନେଇ ଉତ୍କଳ ବିଶ୍ଵବିଦ୍ୟାଳୟରେ ଅତ୍ୟାଧୁନିକ ଭର୍ଚ୍ଚୁଆଲ ପାଠ୍ୟକ୍ରମ ଷ୍ଟୁଡିଓ ମାଧ୍ୟମରେ ଇ-ଲେକ୍ଚର୍ସର ଯୋଗାଇ ଦେବ ଉଚ୍ଚ ଶିକ୍ଷା ବିଭାଗ । ଯୁଗ ବଦଳିବା ସହ ବଦଳୁଛି ଟେକ୍ନୋଲୋଜି । ଆଗାମୀ ଦିନରେ ପିଲାମାନେ ଅନଲାଇନରେ ପାଇବେ ପାଠ୍ୟକ୍ରମ ।

ତେବେ ଏନେଇ ଇ-ଲେକ୍ଚର୍ସ ବ୍ୟବସ୍ଥାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ବଦଳୁଥିବା ଯୁଗ ସହ ଟେକ୍ନୋଲୋଜି ବଦଳିବାରେ ଚାଲିଛି । ଏଥିରେ ଇ-ଲାଇବ୍ରେରୀ, ଇ-ଲେକଚର, ଇ-ଶିକ୍ଷା ପାଇଁ ପ୍ଲାଟଫର୍ମ ତିଆରି କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏହା ଆଗାମୀ ଦିନ ମାନଙ୍କରେ କାର୍ଯ୍ୟକାରୀ ହେବ । ଯାହା ଫଳରେ ଆଗାମୀ ଦିନରେ ଏହା ନିଶ୍ଚିତ ଫଳପ୍ରଦ ହେବ । ସାରା ବିଶ୍ୱରେ ଥିବା ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନରେ ଏହି କାର୍ଯ୍ୟକ୍ରମ ଚାଲିଛି । ଆମ ରାଜ୍ୟରେ ମଧ୍ୟ ଏହା ଆରମ୍ଭ ହେବ । ଯାହା ସଫଳତା ରୂପାୟନ ହେବ ।

ଏହି ପାଠ୍ୟକ୍ରମ ବର୍ତ୍ତମାନ ସମୟରେ ୧୧ଟି ବିଷୟରେ ଆରମ୍ଭ କରାଯିବା । ଯାହା ଉଭୟ ଛାତ୍ରଛାତ୍ରୀ ମାନେ ଏବଂ ଅଧ୍ୟାପକଙ୍କ ପାଇଁ ପାଠ ପଢ଼ିବା ଓ ପଢ଼ାଇବା ଅତି ସହଜ ହୋଇପାରିବ । ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବରେ ଏକ ସ୍ବତନ୍ତ୍ର ଭାବରେ ଅତ୍ୟାଧୁନିକ ଷ୍ଟୁଡିଓ ପ୍ରସ୍ତୁତ ହୋଇଛି । ତେବେ ସେହି ପୋର୍ଟାଲ ହେଉଛି, https://vtputkal.odisha.gov.in ରେ ଉପଲବ୍ଧ ହେବ ।

ତେବେ ଭର୍ଚ୍ଚୁଆଲରେ ପାଠ ପଢା ହେବାକୁ ଥିବା ବିଷୟ ଗୁଡ଼ିକ ହେଲା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡିଆ, ଇତିହାସ, ଇଂରାଜୀ, ସାଇକୋଲୋଜି, ବାଣିଜ୍ୟ ଏବଂ ଅର୍ଥନୀତି ବିଷୟ । ଏହା ସହିତ ୧୧ ଟି ବିଷୟରେ ପ୍ରଥମ, ଦିତୀୟ, ହୃତୀୟ ଏବଂ ଚତୁର୍ଥ ସେମିଷ୍ଟାରର ପରୀକ୍ଷା କରାଯିବ । ଏନେଇ ଏହି ୱେବ ପୋର୍ଟାଲରେ ସବୁ କିଛି ତଥ୍ୟ ଅପଲୋଡ କରାଯିବ ।
ଏହା ମଧ୍ୟ ପଢନ୍ତୁ ......ଉଚ୍ଚ ଶିକ୍ଷା ଦେବ ଇ-ଲେକ୍ଚର୍ସ, ଭର୍ଚ୍ଚୁଆଲରେ ୧୧ ବିଷୟରେ ପଢ଼ିବେ ଛାତ୍ରଛାତ୍ରୀ


ଅନ୍ୟପଟେ ଅଧ୍ୟାପକ ସଂଘର ସମ୍ପାଦକ ଗୋଲକ ନାୟକ କହିଛନ୍ତି ଯେ ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ । କିଛି ବରିଷ୍ଠ ଅଧ୍ୟାପକ ମାନେ ଷ୍ଟୁଡିଓରେ ପାଠ ପଢ଼ାଇବା ସହ ଭିଡିଓକୁ ରେକର୍ଡ କରି ଏକ ନିର୍ଦ୍ଦିଷ୍ଟ ପୋର୍ଟାଲରେ ଅପଲୋର୍ଡ କରାଯିବ । ଫଳରେ ସେଥିରୁ ପିଲାମାନେ ପଢିପାରିବେ । ଏହା ସାରା ଭାରତ ବର୍ଷରେ ଆରମ୍ଭ ହୋଇଥିବା ବେଳେ ଅନୁରୂପ ଭାବରେ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି । ଏହାସହ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି," ଏହା ମଧ୍ୟ ଆମ ବିଶ୍ଵବିଦ୍ୟାଳୟରେ ଆରମ୍ଭ ହେବ । ଏହା ଦ୍ବାରା ବହୁ ଗରିବ ଛାତ୍ରଛାତ୍ରୀ ଉପକୃତ ହେବେ ।"

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details