ଓଡିଶା

odisha

ETV Bharat / state

ହକ୍‌ ପାଇଁ ହାତାହାତି ଶ୍ବଶୂର-ବୋହୂ, ଭିଡ଼ିଓ ଭାଇରଲ - ଶ୍ବଶୂର ବୋହୂ ମାଡପିଟ ଭିଡ଼ିଓ ଭାଇରଲ

ହାଟ ମଝିରେ ବ୍ରହ୍ମଜ୍ଞାନ ପରି ଦାଣ୍ଡ ଉପରେ ଜୋରସୋର ମାଡଗୋଳ । ଶ୍ବଶୂର ବୋହୂ ମାରପିଟ ହେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଧିକ ପଢନ୍ତୁ...

ପାରିବାରିକ କଳହ: ଶ୍ବଶୂର ବୋହୂ ମାଡପିଟ ଭିଡ଼ିଓ ଭାଇରଲ
ପାରିବାରିକ କଳହ: ଶ୍ବଶୂର ବୋହୂ ମାଡପିଟ ଭିଡ଼ିଓ ଭାଇରଲ

By

Published : Apr 20, 2021, 12:12 PM IST

ଖୋର୍ଦ୍ଧା: ଦୁର୍ଗାରୂପି ବୋହୂକୁ ଦୁଃଶାସନ ଶ୍ବଶୁର । ବୋହୂ ଚୁଟି ଭିଡି ଧରିଛନ୍ତି ଶ୍ବଶୁର ଆଉ ଶ୍ବଶୁରଙ୍କ ବେକରେ ଗାମୁଛା ପକେଇଛନ୍ତି ବୋହୂ। ଘର ଅଗଣାରେ ଚାଲିଛି ଫ୍ୟାମିଲି ଫାଇଟ୍ । କେହି କାହାଠୁ କମ ନୁହଁନ୍ତି। ପାରିବାରିକ କଳହର ଏପରି ଚରମ ପରିସ୍ଥିତି ଯେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପାରିବାରିକ କଳହ: ଶ୍ବଶୂର ବୋହୂ ମାଡପିଟ ଭିଡ଼ିଓ ଭାଇରଲ

ତେବେ ଏହି ଭିଡିଓଟି ହେଉଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର କିଆରି ଗ୍ରାମର । ଉକ୍ତ ଗାଁର ପରୀକ୍ଷିତ ଦାସ ଏବଂ ତାଙ୍କ ବୋହୂ ଲକ୍ଷ୍ମୀପ୍ରିୟା ଦାସଙ୍କ ମଧ୍ୟରେ ପାରିବାରିକ କଳହ ଓ ଯୌତୁକ ନିର୍ଯ୍ୟାତନା ଘଟଣାକୁ ନେଇ ଲକ୍ଷ୍ମୀପ୍ରିୟା ଦାସ ବାପ ଘରେ ରହୁଥିଲେ।

ଅନ୍ୟପଟେ ପରୀକ୍ଷିତ ଦାସଙ୍କ ପୁତ୍ର ସତ୍ୟବ୍ରତ ଦାସଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଥିଲେ ମଧ୍ୟ ତାଙ୍କ ଅଗୋଚରରେ ସତ୍ୟବ୍ରତ ଦ୍ୱିତୀୟ ବିବାହ କରିନେଇଛନ୍ତି। ଯାହାକୁ ନେଇ ଦୁଇ ପରିବାର ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ଏପଟେ ନିଜର ହକ ପାଇଁ ଲକ୍ଷ୍ମୀପ୍ରିୟା ବାପ ଘର ଛାଡ଼ି ଶଶୁର ଘରେ ଏଣ୍ଟ୍ରି ମାରିଲା ପରେ ଏପରି ତୁମୁଳକାଣ୍ଡ ଉପୁଜିଛି। ଆଉ ବୋହୂ ଆସିବା ସମୟରେ ଶ୍ବଶୂର ବିରୋଧ କରିଥିଲେ । ସେହି ସମୟରେ ଏହି ଭିଡ଼ିଓ ଉତ୍ତୋଳନ ହୋଇଥିଲା । ଯାହା ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।

ଏ ସମ୍ପର୍କରେ ବାଣପୁର ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜ୍ଜୁ ହୋଇ ଉଭୟଙ୍କୁ ନୋଟିସ ଜାରି ହୋଇଥିବା ବାଣପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details