ଓଡିଶା

odisha

ETV Bharat / state

ଜମି ଜବରଦଖଲ ଉଚ୍ଛେଦ ଦାବିରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ - ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ସରକାରୀ ଜମି ଜବରଦଖଲ ଉଚ୍ଛେଦ ଦାବିରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

villagers protest in front of RI office
ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

By

Published : Apr 5, 2023, 9:47 PM IST

Updated : Apr 5, 2023, 9:58 PM IST

ରାଜସ୍ୱ ନିରୀକ୍ଷକଙ୍କ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା

ଖୋର୍ଦ୍ଧା:ଜବରଦଖଲ ଉଚ୍ଛେଦ ଦାବିରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ । ଗ୍ରାମର ପୋଖରୀ ହୁଡା ଓ ସରକାରୀ ଜମିକୁ କିଛି ବ୍ୟକ୍ତି ଜବରଦଖଲ କରି ରଖିଥିବା ବେଳେ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନ ନୀରବ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଠଣାପଲ୍ଲୀ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବୋଲଗଡ଼ ବ୍ଲକ ଧଳାପଥର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ନବ ନିଯୁକ୍ତ ଜିଓଲୋଜିଷ୍ଟଙ୍କୁ ମିଳିଲା ନିଯୁକ୍ତ ପତ୍ର, ଭୂତଳ ଜଳର ଉପଯୋଗିତା ଓ ଉପଲବ୍ଧତାକୁ ନେଇ ଆସିଲା ମୋବାଇଲ ଆପ

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଧଳାପଥର ଗ୍ରାମପଞ୍ଚାୟତ ଠଣାପଲ୍ଲୀ ଗ୍ରାମରେ ପ୍ରାୟ ୧୫୬ ପରିବାର ବସବାସ କରନ୍ତି । ସେହିପରି ଗ୍ରାମରେ ଶାନ୍ତି ଶୃଙ୍ଖଳା ପାଇଁ ଗ୍ରାମବାସୀଙ୍କ ସହମତିରେ ପୂର୍ବରୁ ଥିବା ସମସ୍ତ ସରକାରୀ ଜମିରୁ ଲୋକମାନଙ୍କୁ ଉଚ୍ଛେଦ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସେହି ଗ୍ରାମର ଶାନ୍ତିଲତା ଶତୃଶଲ ଠଣାପଲ୍ଲୀ ମୌଜାର ୫୯୦ଡିସିମିଲ, ଗଣନାଥ ଶତୃଶଲ ୬୩୫ ଡିସିମିଲ, ଶିବ ପ୍ରଶାଦ ହୋତା ଓ ବିରଞ୍ଚି ନାରାୟଣ ପ୍ରଧାନ ଖାତା ୬୫୦ ଡିସିମିଲ ଲେଖାଏଁ ଜବରଦଖଲ କରିଥିବା ତହସିଲଦାର ଏବଂ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଗ୍ରାମବାସୀ ।

ଏହା ମଧ୍ୟ ପଢ଼ନ୍ତୁ:ନିର୍ବାଚନ ଆସିଲେ ଆଇଟି ରେଡ୍‌ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ କହିଲା ବିଜେଡି, ପ୍ରତିକ୍ରିୟା ରଖିଲା ବିଜେପି

ସେହିଭଳି ଗ୍ରାମରେ ଥିବା ଗୋଚର ଭୂମିକୁ ନିଜ ଅକ୍ତିଆରକୁ ନେବା ସହିତ ପ୍ଲଟିଂ କରି ବିକ୍ରି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ପୋଖରୀ ହୁଡାକୁ ନିଜ ନାମରେ ରେକର୍ଡ କରି ଜବରଦଖଲ କରିଥିବାରୁ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳୁଛି । ଗ୍ରାମବାସୀମାନେ ଏହାର ଉଚ୍ଛେଦ ପାଇଁ ରାଜସ୍ୱ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନେ କର୍ଣପାତ କରୁନାହାନ୍ତି । ଫଳରେ ଧଳାପଥର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ଧାରଣା ଦେଇଥିଲେ । ଖବର ପାଇ ବୋଲଗଡ଼ ତହସିଲଦାର ସରୋଜିନୀ ଦାଶ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଅନ୍ୟପଟେ ସରକାରୀ ଜମିକୁ ଜବରଦଖଲ କରିଥିବା ଲୋକଙ୍କ ନାମରେ ଜବରଦଖଲ କେସ କରାଯାଇ ନୋଟିସ ଦିଆଯାଇଛି ଏବଂ ସାତ ଦିନ ମଧ୍ୟରେ ଜବରଦଖଲ ଉଚ୍ଛେଜ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଧଳାପଥର ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Apr 5, 2023, 9:58 PM IST

ABOUT THE AUTHOR

...view details