ଖୋର୍ଦ୍ଧା: ବେଆଇନ ବ୍ଲାଷ୍ଟିଂ ପାଇଁ ହନ୍ତସନ୍ତ ଲୋକେ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଖୋର୍ଦ୍ଧା ଉପଖଣ୍ଡ ମଳିପଡ଼ା ଗାଁ ନିକଟରେ ଥିବା ହନୁମନ୍ତିଆ ପାହାଡ଼ରୁ ବେଆଇନ ଭାବେ ପଥର ଉତ୍ତୋଳନ ହେଉଥିବା ଅଭିଯୋଗ ହୋଉଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ପ୍ରାୟ ସାଢେ ୧୦ ଏକର ସୈରାତକୁ ନିଲାମ ପ୍ରଦାନ କରାଯାଇଛି । ମାତ୍ର ନିଲାମଧାରୀ ନିର୍ଦ୍ଧାରିତ ସୀମା ବାହାରୁ ପଥର ଉତ୍ତୋଳନ କରିବା ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ଲୋକଙ୍କ ଉପରେ ପଡ଼ୁଛି ।
ସେହିପରି ଜଳ ଉତ୍ସଗୁଡ଼ିକ ପ୍ରଦୂଷିତ ହେବା ଦ୍ଵାରା ଗୋରୁ ପାଣି ପିଇବା ନେଇ ସମସ୍ୟା ସୃଷ୍ଟି ହୋଇଛି । ପଥର ଉତ୍ତୋଳନ ପାଇଁ ବ୍ଲାଷ୍ଟିଂ କରିବା ଦ୍ବାରା ନିକଟରେ ଥିବା ଘରଗୁଡ଼ିକ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ମଳିପଡ଼ାର ଜଣେ ସ୍ଥାନୀୟ ଲୋକ ଶୈଲେସ କୋଦାମସିଂଙ୍କ ଅଭିଯୋଗ ହେଉଛି । ତାଙ୍କ ଖାତା ନମ୍ବର ୫୦୭ରେ ପ୍ଳଟ ୧୦ର ପ୍ରାୟ ଅଧା ଏକର ଜମିରେ ନିଲାମଧାରୀ ପଥର ଉତ୍ତୋଳନ କରି ନେଇଛନ୍ତି ।