ଓଡିଶା

odisha

ETV Bharat / state

ଖେଳ ପଡିଆରେ ଚାଲିଛି ରାସ୍ତା ନିର୍ମାଣ, ତହସିଲଦାରଙ୍କୁ ଭେଟିଲେ ଗ୍ରାମବାସୀ - ଖେଳ ପଡିଆରେ ରାସ୍ତା ନିର୍ମାଣକୁ ବିରୋଧ

ଖେଳ ପଡିଆରେ ରାସ୍ତା ନିର୍ମାଣକୁ ବିରୋଧ କରି ତହସିଲଦାରଙ୍କୁ ଭେଟିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

villagers opposed road construction work
villagers opposed road construction work

By

Published : May 21, 2023, 1:15 PM IST

villagers opposed road construction work

ଖୋର୍ଦ୍ଧା:ବେଗୁନିଆ ବ୍ଲକ କୁଞ୍ଜୁରୀ 10ନଂ ୱାର୍ଡରେ ରହିଛି ଏକ ଖେଳ ପଡିଆ । ଯାହା ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ଜମି ଦଲାଲ । ଖେଳ ପଡିଆ ଅପରପାର୍ଶ୍ଵରେ ଘର କରିଥିବା ଜଣେ ମହିଳାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ପଡିଆ ଭିତରେ ରାସ୍ତା କାମ କରୁଛନ୍ତି ଦଲାଲ । ଯାହାକୁ ବିରୋଧ କରି ତହସିଲଦାରଙ୍କୁ ଭେଟିଛନ୍ତି ଗ୍ରାମବାସୀ । ଖେଳ ପଡ଼ିଆର ସୁରକ୍ଷା ପାଇଁ ତୁରନ୍ତ ରାସ୍ତା କାମକୁ ବନ୍ଦ କରାଯାଉ ବୋଲି ବେଗୁନିଆ ତହସିଲଦାରଙ୍କ ନିକଟରେ ଦାବି ହୋଇଛି ।

ଅଭିଯୋଗକାରୀ ଅବିନାଶ ପ୍ରଧାନଙ୍କ କହିବା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅନ୍ତର୍ଗତ କୁଞ୍ଜୁରୀ ପଞ୍ଚାୟତ 10ନଂ ୱାର୍ଡରେ ଏକ ଖେଳ ପଡିଆ ରହିଛି । ଦୀର୍ଘ 80ବର୍ଷ ଧରି ଗ୍ରାମର ଯୁବକ ମାନେ ଏଠାରେ ଖେଳି ଆସୁଛନ୍ତି । ଏହାସହ ଉକ୍ତ ଖେଳ ପଡ଼ିଆରେ ବହୁ ଜିଲ୍ଲା ସ୍ତରୀୟ ଓ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଛି । ସ୍ଥାନୀୟ ଯୁବକ ମାନେ ମାଆ ମଙ୍ଗଳା ଆଦିବାସୀ ୟୁଥ ଆସୋସିଏସନ ଗଠନ କରି ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ାର ପ୍ରଚାର ପ୍ରସାର ମଧ୍ୟ ଜାରି ରଖିଛନ୍ତି । କିନ୍ତୁ କୋରୋନା ମହାମାରୀ ପାଇଁ ଦୁଇବର୍ଷ ଧରି ଏଠାରେ କୌଣସି କ୍ରୀଡା ଉତ୍ସବ ଆୟୋଜନ ହୋଇନଥିବା ବେଳେ ଏହି ପଡିଆ ଉପରେ ଜମି ମାଫିଆଙ୍କ ନଜର ପଡିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଡିଆ ଅପର ପାର୍ଶ୍ଵରେ ଗ୍ରାମ ବାହାରର ଜଣେ ମହିଳା ଜାଗା କିଣି ଘର କରି ରହିଛନ୍ତି । କିଛି ମାଫିଆଙ୍କୁ ଅର୍ଥ ଦେଇ ଏବେ ପଡିଆରେ ମାଟି ଗଦାଇ ରାସ୍ତା କରିବା ପାଇଁ ସେ ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହାଦ୍ୱାରା ଗ୍ରାମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହ ଆଗାମୀ ଦିନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି କହିଛନ୍ତି ଅଭିଯୋଗକାରୀ।

ସେପଟେ ଗତକାଲି ଗ୍ରାମବାସୀ ମାନେ ବେଗୁନିଆ ତହସିଲଦାର ପ୍ରଧାନ ଟୁଲି ଆମ୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଆଗକୁ ଯଦି ଅଭିଯୋଗର ବିଚାର କରାନଯାଏ ତେବେ ଜିଲ୍ଲାପାଳଙ୍କୁ ଭେଟିବା ସହ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଅଭିଯୋଗର ତଦନ୍ତ କରାଯିବ ବୋଲି କହିଛନ୍ତି ବେଗୁନିଆ ତହସିଲଦାର । ବିଗତ ଦିନରେ ଏହି ପଞ୍ଚାୟତର କୋତଳାଙ୍ଗ ଗ୍ରାମରେ ଜଗନ୍ନାଥଙ୍କ ଜମି ଜବରଦଖଲ କରି ଗଢିଥିବା ପାଚେରୀ ଭାଙ୍ଗିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ମରଣାନ୍ତକ ଆକ୍ରମଣ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details