ଓଡିଶା

odisha

ETV Bharat / state

ଶ୍ମଶାନରେ ଦୀପାବଳି ପାଳିଲେ ଗ୍ରାମବାସୀ - celebrated Diwali at the cremetorium

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଡିଗଂର ଗ୍ରାମର ଗ୍ରାମବାସୀ ଶ୍ମାଶନରେ ପାଳନ କଲେ ଦୀପାବଳି । ଅଧିକ ପଢନ୍ତୁ...

ଶ୍ମଶାନରେ ଦିପାବଳୀ ପାଳିଲେ ଗ୍ରାମବାସୀ
ଶ୍ମଶାନରେ ଦିପାବଳୀ ପାଳିଲେ ଗ୍ରାମବାସୀ

By

Published : Nov 15, 2020, 11:21 AM IST

ଖୋର୍ଦ୍ଧା: ଆଲୋକର ପର୍ବ ଦୀପାବଳିକୁ ଘରେ କି ମନ୍ଦିରରେ ପାଳନ କରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପ୍ରୟାଶ୍ରାଦ୍ଧ ଦିଆଯାଇଥାଏ । ହେଲେ ବେଗୁନିଆ ବ୍ଲକ ଡିଗଂର ଗ୍ରାମର ଗ୍ରାମବାସୀ ଶ୍ମାଶନରେ ଦୀପ ଜାଳି ନିଆରା ଢଙ୍ଗରେ ପାଳିଛନ୍ତି ଦୀପାବଳି ।

ଶ୍ମଶାନରେ ଦିପାବଳୀ ପାଳିଲେ ଗ୍ରାମବାସୀ

ଦୀପାବଳୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ଦିଆଯାଇଥାଏ । ସମସ୍ତ ଘରକୁ ପରିଷ୍କାର କରି ଝୋଟି ପକାଇ, ଦୀପ ଜାଳି ସୁନ୍ଦର ଭାବରେ ସଜା ଯାଏ । ହେଲେ ଖୋର୍ଦ୍ଧାର ଡିଗଂର ଗାଁର ଗ୍ରାମବାସୀ ଘର ବଦଳରେ ଶ୍ମଶାନରେ ଦୀପ ଜାଳି ଦୀପାବଳୀ ପାଳନ କରିଛନ୍ତି । ପଣ୍ଡିତ ମାନଙ୍କ ମନ୍ତ୍ରରେ ପ୍ରକମ୍ପିତ ହୋଇଉଠିଥିଲା ଶ୍ମଶାନ ।

ଗାଁ ଶ୍ମଶାନରେ ସାମୂହିକ ଭାବରେ ଅକତ୍ରିତ ହୋଇ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କୋଭିଡ କଟକଣାକୁ ମାନି ରଙ୍ଗ ବେରଙ୍ଗର ରଙ୍ଗୋଲି ପକାଇ ଦୀପଦାନ କରିଛନ୍ତି ଯାହା ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details