ଖୋର୍ଦ୍ଧା: ଶନିବାର ବିଳମ୍ବିତ ରାତିରେ ଖୋର୍ଦ୍ଧାର ମଙ୍ଗଳାଯୋଡି ଗ୍ରାମରେ କିଛି ଗ୍ରାମବାସୀ ୨ ଜଣ ଚୋରକୁ କାବୁ କରିଛନ୍ତି । ଏହା ପରେ ଦୁହିଁଙ୍କୁ ନିର୍ଦ୍ଧୁମ ଛେଚି ଟାଙ୍ଗି ପୋଲିସ ଜିମା ଦେଇଛନ୍ତି ।
ଚୋରି ଉଦ୍ୟମ ପଣ୍ଡ, 2 ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ - mangalajodi news
ଖୋର୍ଦ୍ଧାର ମଙ୍ଗଳାଯୋଡି ଗ୍ରାମରେରେ କିଛି ଗ୍ରାମବାସୀ ୨ ଜଣ ଚୋରକୁ କାବୁ କରିଛନ୍ତି । ଏହା ପରେ ଦୁହିଁଙ୍କୁ ନିର୍ଦ୍ଧୁମ ଛେଚି ଟାଙ୍ଗି ପୋଲିସ ଜିମା ଦେଇଛନ୍ତି । ଅଧିକ ପଢନ୍ତୁ..
![ଚୋରି ଉଦ୍ୟମ ପଣ୍ଡ, 2 ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ ଚୋରି ଉଦ୍ୟମ ପଣ୍ଡ, 2 ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ](https://etvbharatimages.akamaized.net/etvbharat/prod-images/768-512-8870955-457-8870955-1600595994234.jpg)
ଚୋରି ଉଦ୍ୟମ ପଣ୍ଡ, 2 ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ
ସୂଚନା ଅନୁଯାୟୀ ଟାଙ୍ଗି ନିକଟସ୍ଥ ବଡପାରୀ ଗ୍ରାମର ଏହି ଦୁଇ ଜଣ ବ୍ୟକ୍ତି ବିଳମ୍ବିତ ରାତିରେ ମଙ୍ଗଳାଯୋଡି ଗ୍ରାମକୁ ଏକ ବାଇକରେ ଆସି ଗାଡି ବ୍ୟାଟେରୀ ଚୋରି କରୁଥିଲେ । ଏହି ସମୟରେ ସେମାନେ ଗ୍ରାମବାସୀଙ୍କ ହାତରେ ଧରାପଡି ନିସ୍ତୁକ ମାଡ ଖାଇଥିଲେ । ପରେ ଗ୍ରାମବାସୀ ଏହି ଦୁଇ ଚୋରଙ୍କୁ ଟାଙ୍ଗି ପୋଲିସ ଜିମା ଦେଇଛନ୍ତି । ଟାଙ୍ଗି ପୋଲିସ ଉଭୟ ଚୋରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ