ଓଡିଶା

odisha

ETV Bharat / state

ରାସ୍ତାରୁ ମାଛ ଧରିଲେ ଗ୍ରାମବାସୀ - fish

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅସରଳା ଗ୍ରାମର ମାଳିସାହି ରାସ୍ତାରେ ଜମା ହୋଇଥିବା ପାଣିରୁ ମାଛ ଧରିଲେ ଗ୍ରାମବାସୀ । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷର ସବୁ ସମୟରେ ଏହି ରାସ୍ତାରେ ପାଣି ଜମା ହୋଇଥାଏ । ଏନେଇ ସାଧାରଣ ଲୋକେ ବିଭିନ୍ନ ଅସୁବିଧା ସମ୍ମୁଖୀନ ହୁଅନ୍ତି । ପଞ୍ଚାୟତରୁ ଆରମ୍ଭ କରି ବ୍ଳକ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ଜଣାଇଥିଲେ ସତ୍ତ୍ବେ ଏଭଳି ଖାଲ ଢିପ ରାସ୍ତା ଉପରେ ସରକାରଙ୍କ ଦୃଷ୍ଟି ପଡୁନି । ଫଳରେ ରାସ୍ତାରୁ ମାଛମରା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Jul 3, 2019, 12:46 AM IST

Updated : Jul 3, 2019, 12:54 AM IST

ଖୋର୍ଦ୍ଧା: ମାଆକୁ ସମ୍ମାନ ଗାଁକୁ ବିକାଶ ସରକାରଙ୍କ ସ୍ଲୋଗାନ ଯାହା ଏବେ ଭୁଲ ପ୍ରମାଣିତ କରିଛନ୍ତି ଗ୍ରାମବାସୀ । ଗାଁ ବିକାଶର ସ୍ଲୋଗାନ ଏବେ ସ୍ଲୋଗାନରେ ହିଁ ରହିଯିବା ପରି ଦେଖିବାକୁ ମିଳିଛି । ଯାହା ଆଜି ଆମେ ଦେଖାଉଛୁ ତାହା କେଉଁ ପୋଖରୀ କିମ୍ବା ଗାଡିଆର ମାଛମରା ଦୃଶ୍ୟ ନୁହଁ ବରଂ ଗାଁ ମୁଖ୍ୟ ରାସ୍ତାରୁ ମାଛମରା ଦୃଶ୍ୟ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅସରଳା ଗ୍ରାମର ମାଳିସାହି ରାସ୍ତାରେ ଜମା ହୋଇଥିବା ପାଣିରୁ ମାଛମରା ଦୃଶ୍ୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା


ରାସ୍ତାରେ ଜମା ହୋଇଥିବା ପାଣିରୁ ଶତାଧିକ ଗ୍ରାମବାସୀ ଆଜି (ମଙ୍ଗଳବାର) ଜାଲ ସାହାଯ୍ୟରେ ମାଛ ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷର ସବୁ ସମୟରେ ଏହି ରାସ୍ତାରେ ପାଣି ଜମା ହୋଇଥାଏ । ଯାହାଫଳରେ ରାସ୍ତାପାଖ ଘର ଲୋକଙ୍କ ସହ ସାଧାରଣ ଲୋକେ ବିଭିନ୍ନ ଅସୁବିଧା ନେଇ ପଞ୍ଚାୟତରୁ ବ୍ଳକ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ଜଣାଇଥିଲେ । ଏହା ସତ୍ତ୍ବେଏହି ରାସ୍ତା ପ୍ରତି କାହାର ଦୃଷ୍ଟି ଆକର୍ଷଣ ହୋଇପାରୁନଥିଲା ।

ଫଳରେ ମାଳିସାହି ମୁଣ୍ଡ ଓ ଗୌଡ ସାହି ମୁଣ୍ଡରେ ପୋଖରୀ ପରି ଦୃଶ୍ୟମାନ ହୋଇଥିବା ଦେଖିବାକୁ ମିଳିଛି । ଆଉ ଏଠାରେ ଆଜି କିଛି ଯୁବକମାନେ ଉକ୍ତ ଜମା ପାଣିରୁ ମାଛ ମରିଥିଲେ । ଏହି ଦୃଶ୍ୟ ଯେତିକି କୌତୁହଳର ବିଷୟ ପାଲିଟିଛି ସେତିକି ପ୍ରଶାସନିକ ଅଧିକାରୀ ଓ ସରକାରଙ୍କ ଗାଁ ବିକାଶର ବ୍ୟାସ୍ତବ ଚିତ୍ର ପ୍ରକାଶ ହୋଇଛି ।

ମାଛ ମରା ପଞ୍ଚାୟତ ଅଧିକାରୀଙ୍କ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଗକୁ ବର୍ଷା ଋତୁ ଏହି ରାସ୍ତା ପ୍ରତି ଦୃଷ୍ଟି ସାଧାରଣରେ ଦାବି ହେଉଛି ନଚେତ ଜମା ପାଣି ଯୋଗୁଁ ବିଭିନ୍ନ ରୋଗକୁ ଏଡାଇ ନଯାଇ ପାରେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

Last Updated : Jul 3, 2019, 12:54 AM IST

ABOUT THE AUTHOR

...view details