ଖୋର୍ଦ୍ଧା: ସରକାର କୋଭିଡ ମୁକାବିଲା କରିବା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । କିନ୍ତୁ ଏହି କ୍ଷମତାକୁ ସରପଞ୍ଚ ଅପବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି ଦେଉଳି ପଞ୍ଚାୟତବାସୀ ।
ମିଳିଥିବା ସୂଚନା ଅନୁଯାୟୀ, ଦେଉଳି ପଞ୍ଚାୟତର ସରପଞ୍ଚ ନିଜର କ୍ଷମତା ଅପବ୍ୟବହାର କରି ଗ୍ରାମବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସର୍ବସାଧାରଣଙ୍କ ରଜ ପଡିଆରେ ନିଜ ପତିଆରାରେ ବେଆଇନ ଗୃହ ନିର୍ମାଣ କରୁଛନ୍ତି । ଯାହାକୁ ଗ୍ରାମବାସୀ ବିରୋଧ କରିବାରୁ ସରପଞ୍ଚ ଗ୍ରାମର ଜଣେ ଯୁବକ ବିରୁଦ୍ଧ ଅଭିଯୋଗ ପରେ ବେଗୁନିଆ ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖିଛି ।