ଓଡିଶା

odisha

ETV Bharat / state

Vigilance Raid: ଲାଞ୍ଚୁଆ SI ଅଭିମନ୍ୟୁ ଚୋୖଧୁରୀ ଘରେ ଭିଜିଲାନ୍ସ ରେଡ୍ - ତମାଣ୍ଡୋ ଥାନା ଏସ୍ଆଇ ଅଭିମନ୍ୟୁ ଚୌଧୁରୀ

ଭିଜିଲାନ୍ସ ଜାଲରେ ତମାଣ୍ଡୋ ଥାନା ଏସ୍ଆଇ ଅଭିମନ୍ୟୁ ଚୌଧୁରୀ(Tomando police station SI Abhimanyu Chaudhury)। ଏକକାଳୀନ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଅଧିକ ପଢନ୍ତୁ

ତମାଣ୍ଡୋ ଥାନା SI
ତମାଣ୍ଡୋ ଥାନା SI

By

Published : Dec 15, 2022, 11:48 AM IST

ଭୁବନେଶ୍ବର:ଭିଜିଲାନ୍ସ ଜାଲରେ ଏସଆଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସ୍ଆଇ ଅଭିମନ୍ୟୁ ଚୌଧୁରୀଙ୍କ(Tomando police station SI Abhimanyu Chaudhury) ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଭିଜିଲାନ୍ସର ୩ ଡିଏସପିଙ୍କ ନେତୃତ୍ବରେ ୧୧ଇନ୍ସପେକ୍ଟର ଓ ୬ ଏଏସଆଇ ବିଭିନ୍ନ ସ୍ଥାନରେ ଛାନଭିନ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଉ ନାହାନ୍ତି ଅଭିନେତା ଷ୍ଟିଫେନ ବସ୍‌, ହୋଟେଲ ରୁମ୍‌ରୁ ମିଳିଲା ମୃତଦେହ

ଅଭିମନ୍ୟୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ତଦନ୍ତ କରି ଆଜି ସକାଳେ ଏସ୍‌ଆଇଙ୍କ ଘରେ ଚଢ଼ାଉ ଆରମ୍ଭ କରାଯାଇଛି(Vigilance raids on SI Abhimanyu Chaudhury) । ଭୁବନେଶ୍ବର ସ୍ଥିତ ପାଇକ ନଗରରେ ଥିବା ଘର ସମେତ ନୟାଗଡ଼ ନଛିପୁର ଗାଁ ସ୍ଥିତ ପୈତୃକ ଘର ଓ ତମାଣ୍ଡୋ ଥାନାରେ ରେଡ ମାରିଛନ୍ତି ଭିଜିଲାନ୍ସ ଅଧିକାରୀ । ରେଡ ସମୟରେ କୋଠା, କାଗଜପତ୍ର ସହ ଗହଣା ଓ ନଗଦ ଟଙ୍କା ଜବତ କରାଯାଇଥିବା ସୂଚନା ରହିଛି । ପୂର୍ବରୁ ସେ ଲିଙ୍ଗରାଜ ଥାନା, ଲକ୍ଷ୍ମୀସାଗର ଥାନାରେ କାମ କରିଥିଲେ । ଅନେକ ସମୟରେ ଲାଞ୍ଚ କାରବାରର ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ରହିଥିଲା।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details