ଓଡିଶା

odisha

By

Published : Sep 25, 2019, 1:02 PM IST

ETV Bharat / state

ଭିଜିଲାନ୍ସ ହାବୁଡରେ ଇଞ୍ଜିନିୟର ବାବୁ, ବିପୁଳ ସମ୍ପତ୍ତି ଜବତ

ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସର ଚଢାଉ । ନୟାପଲ୍ଲୀ ବାସଭବନ ସମେତ 5ଟି ସ୍ଥାନରେ ଭିଜିଲାନ୍ସର ଚଢାଉ । ବିପୁଳ ପରିଣାମର ସମ୍ପତ୍ତି ଜବତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆୟବର୍ହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସର ଚଢାଉ । ଜଳ ଯୋଗାଣ ପରିମଳ ପରିଷଦର ପ୍ରୋଜେକ୍ଟ ଇଞ୍ଜିନିୟରଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ନୟାପଲ୍ଲୀ ନୂଆସାହି ସ୍ଥିତ ବାସଭବନ ସମେତ 5ଟି ସ୍ଥାନରେ ରେଡ କରିଛି ଟିମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏକଜକ୍ୟୁଟିଭି ଇଞ୍ଜିନିୟର ଭାବେ ଅର୍ଥ ଠୁଳ କରିବା ଅଭିଯୋଗରେ ନୟାପଲ୍ଲୀ ବାସଭବନ ସମେତ ସିଆରପି ଛକ ନିକଟସ୍ଥ ଶ୍ବଶୂର ଘର, କଟକ ବାଙ୍କି ଘର ପରି 5ଟି ସ୍ଥାନରେ ରେଡ କରାଯାଇଛି । ଆଇଟିଆର ନିକଟରେ ଏକ ଜମି, ନୟାପଲ୍ଲୀରେ ତିନି ତାଲା ଘର ଓ କିଛି ନଗଦ ଟଙ୍କା ସହ ଲକ୍ଷାଧିକ ସମ୍ପତ୍ତି ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details